ସୁନ୍ଦରଗଡ଼ : ନୂଆଗାଁ ବ୍ଲକରେ ବଜ୍ରପାତରେ ୨ ମୃତ , ୧୮ ବାଳକ ଆହତ।। ଫୁଟବଲ ଖେଳୁଥିବା ବେଳେ ବଜ୍ରପାତ ହୋଇଥିଲା।। ଆହତ ମାନେ ଆରଜିଏଚ କୁ ସ୍ଥାନାନ୍ତର।
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରେ ବଜ୍ରପାତ ରେ ଦୁଇଜଣ ବାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମାନଙ୍କୁ ରାଉରକେଲା ସରକାରୀ ହସପିଟାଲ ସ୍ଥାନାନ୍ତର କରାଯାଇଛି। ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଆର ଜି ଏଚ ରେ ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ଡାକ୍ତରଙ୍କ ସହ ଆଲୋଚନା କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ବନେଇଲତା ଗ୍ରାମରେ କେତେକ ବାଳକ ରବିବାର ଅପରାହ୍ନରେ ଫୁଟବଲ ଖେଳୁଥିଲେ। ଏହି ସମୟରେ ଅଚାନକ ବିଜୁଳି , ଘଡଘଡି ମାରିଥିଲା। ବଜ୍ରପାତରେ ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୧୮ ଜଣ ବାଳକ ଆହତ ହୋଇଛନ୍ତି। ବାଳକ ମାନଙ୍କ ବୟସ ୧୪ ରୁ ୧୫ ବର୍ଷ ହେବ ବୋଲି ଜଣା ପଡ଼ିଛି। ଆହତ ମାନଙ୍କ ଚିକିତ୍ସା ରାଉରକେଲା ସରକାରୀ ହସପିଟାଲରେ ଚାଲିଛି।