ରାଉରକେଲା : ପ୍ରଫେଟ ହଜ଼ରତ ମହମ୍ମଦଙ୍କ ଜନ୍ମଦିନ ପାଳନ ଲାଗି ପ୍ରସ୍ତୁତି ବୈଠକ।। ପ୍ଲାଣ୍ଟସାଇଟ ଥାନା ରେ ଆୟୋଜିତ ବୈଠକରେ ଯୋଗଦେଲେ ବିଭିନ୍ନ କମିଟିର ସଦସ୍ୟ।
ଆସନ୍ତାକାଲି ପ୍ରଫେଟ ହଜରତ ମହମ୍ମଦ ଙ୍କ ଜନ୍ମଦିନ। ଜନ୍ମଦିନ ପାଳନ ଲାଗି ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏଥିଲାଗି ଶନିବାର ଦିନ ପ୍ଲାଣ୍ଟସାଇଟ ଥାନାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ବିଭିନ୍ନ କମିଟିର ସଦସ୍ୟ ଏବଂ ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ମାନେ ଯୋଗ ଦେଇଥିଲେ। ରାଉରକେଲା ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ , ପ୍ଲାଣ୍ଟସାଇଟ ଥାନା ଇନିସ୍ପେକ୍ଟର ସନ୍ତୋଷ କୁମାର ଜେନା , ଉଦିତନଗର ଥାନା ଇନିସ୍ପେକ୍ଟର ରବୀନ୍ଦ୍ର ନାଥ ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଶାନ୍ତି ଶୃଙ୍ଖଳା ସହ କିପରି ପାଳନ କରାଯିବ ସେ ବାବଦରେ ଆଲୋଚନା ହୋଇଥିଲା।