ଆଗକୁ ଆସୁଛି ପାର୍ବଣ ଋତୁ । ଦୁର୍ଗାପୂଜା , କାଳୀପୂଜା , ଦୀପାବଳୀ , ଧନତେରସ ଆଦି ପର୍ବରେ ସମ୍ଭାବିତ ଜନଗହଳି କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାଉରକେଲା ସହରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଟ୍ରାଫିକ ବ୍ୟବସ୍ଥା କୁ ସୁଧାରିବା ସହ ହୋଟେଲ ରେ ପ୍ରସ୍ତୁତ ହେଉଥିବା ଖାଦ୍ୟପେୟ ର ମାନ ମଧ୍ୟ ଯାଞ୍ଚ କରାଯାଉଛି । ମଙ୍ଗଳବାର ପୂର୍ବାହ୍ନ ରେ ରାଉରକେଲା ମହାନଗର ନିଗମ ଏବଂ ଟ୍ରାଫିକ ଡିପାର୍ଟମେଣ୍ଟ ପକ୍ଷରୁ ସହରର ବିଭିନ୍ନ ରାସ୍ତାକୁ ଅବରୋଧ କରି ଫଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା ଠେଲା କୁ ହଟା ଯାଇଥିଲା । ରାସ୍ତା ଅବରୋଧ ହଟାଇବା ସମୟରେ କେତେକ ସ୍ଥାନରେ ଉଠା ବ୍ୟବସାୟୀ ଙ୍କ ସହ ଯୁକ୍ତି ତର୍କ ହେଉଥିବା ମଧ୍ୟ ଦେଖାଯାଇଥିଲା । ତବେ ଆଗକୁ ବିଭିନ୍ନ ପର୍ବ ଆସୁଥିବାରୁ ରାସ୍ତା କ୍ଲିଅର ରହିବା ନିହାତି ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ବିଭିନ୍ନ ହୋଟେଲ ରେ ପୂଜା ସମୟରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରାଯାଇଥିଲା ।
ଧନତେରସ , ଦୀପାବଳୀ ରେ ସୁନା ଗହଣା ବିକ୍ରି ବଢି ଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଜି ଏସ ଟି ଏବଂ ବିକ୍ରି କର ବିଭାଗ ତରଫରୁ ସହରର ବିଭିନ୍ନ ଅଳଙ୍କାର ଦୋକାନ ରେ ଯାଞ୍ଚ କରାଯାଉଛି । ଓଜନ ମାପ ସହ ସୁନା , ରୂପାର ଷ୍ଟକ ଯାଞ୍ଚ କରାଯାଉଛି । ଲୋକମାନେ ଯେପରି ଠକାମୀ ଶିକାର ନହୁଅନ୍ତି ସେଥି ଲାଗି ରାଉରକେଲା ସମେତ ରାଜ୍ୟରେ ଅନ୍ୟ ସହର ମାନଙ୍କରେ ମଧ୍ୟ ଗହଣା ଦୋକାନରେ ଯାଞ୍ଚ କରାଯାଉଛି ।
ପୂଜା ସମୟରେ ଲୋକ ମାନଙ୍କ ଗହଳି ଚହଳି କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ସହରର ଜର୍ଜର ରାସ୍ତାକୁ ପୂଜା ପୂର୍ବରୁ ମରାମତି କରିବାକୁ ଦାବି ହେଉଛି ।