ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେ ଟ୍ରେନ ଧକ୍କାରେ ଜଣେ ଯୁବକର ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଲାଗି ରେଳବାଇ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରି ରେଳରୋକ କରିଛନ୍ତି
। ସୂଚନା ଅନୁଯାୟୀ ଜାଟୁନ ମୁଣ୍ଡା ନାମକ ଜଣେ ଯୁବକ ପଟାସାହି ନିକଟରେ ରେଳ ଫାଟକ ଦେଇ ପାରି ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରେନ ଡ୍ରାଇଭର ନିକଟସ୍ଥ ଷ୍ଟେସନରେ ସୂଚନା ଦେଇ ନଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ପ୍ରତିବାଦରେ ସ୍ଥାନୀୟ ଲୋକମାନେ ପଟାସାହି ନିକଟରେ ରେଳ ରୋକ କରିଛନ୍ତି ।