ରାଉରକେଲାରେ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ।। ଲକ୍ଷାଧିକ ଲୋକଙ୍କ ସମାଗମ।

0 295

ଅଧର୍ମ ଉପରେ ଧର୍ମର ବିଜୟ , ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ସ୍ୱରୂପ ରାବଣ ଦହନ କାର୍ଯ୍ୟକ୍ରମ ରାଉରକେଲା ୧୩ ନମ୍ବର ସେକ୍ଟର ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର , ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର , ଏସ ପି ମୁକେଶ କୁମାର ଭାମୁ , ରାଉରକେଲା ଇସ୍ପାତ କରଖାନା ଡ଼ାଇରେକ୍ଟର ଇନଚାର୍ଜ ଅତନୁ ଭୌମିକ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ। ରାବଣ ଦହନ କାର୍ଯ୍ୟକ୍ରମ ପରେ ପରେ ଆତସବାଜି କାର୍ଯ୍ୟକ୍ରମ ହୋଇଥିଲା। ରାବଣ ପୋଡି ଉତ୍ସବ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ସହ ରାବଣ ପୋଡି କାର୍ଯ୍ୟକ୍ରମ ସମାପନ ହୋଇଥିବାରୁ ରାଉରକେଲା ଏସ ପି ଏବଂ ଏଡିଏମ ଜନସଧାରଣ ତଥା ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ। ମା ଦୁର୍ଗାଙ୍କ ଭାଷାଣି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ହେବ ବୋଲି ଉଭୟ ଅଧିକାରୀ ଆଶା ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.