ରାଉରକେଲା : ବିଜୟା ଦଶମୀରେ ମା ଦୁର୍ଗାଙ୍କ ପାଖରେ ସିନ୍ଦୁର ଖେଳ।। ସ୍ୱାମୀ,ପିଲା ମାନଙ୍କ ଦୀର୍ଘ ଜୀବନ କାମନା କରି ସିନ୍ଦୁର ଖେଳ।

0 275

ବିଜୟା ଦଶମୀ ଦିନ ମା ଦୁର୍ଗାଙ୍କ ନିକଟରେ ସିନ୍ଦୁର ଖେଳର ଏକ ବିଶେଷ ପରମ୍ପରା ରହିଛି। ଏହି ସିନ୍ଦୁର ଖେଳର ମୂଳ ପଶ୍ଚିମବଙ୍ଗ ରୁ ଆରମ୍ଭ। ବେଙ୍ଗଲି ବିବାହିତା ମହିଳା ମାନେ ଦଶହରା ଦିନ ମା ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ନିଜ ନିଜ ମଧ୍ୟରେ ସିନ୍ଦୁର ଖେଳିଥାନ୍ତି। ମା ଙ୍କୁ ସିନ୍ଦୁର ଲଗାଇବା ପରେ ମିଠା ଖୁଆ ଯିବାର ପରମ୍ପରା ରହିଛି। ନିଜ ପରିବାର, ସ୍ୱାମୀ , ପିଲା ମାନଙ୍କ ଦୀର୍ଘ ଜୀବନ କାମନା କରିବା ଲାଗି ଏହି ସିନ୍ଦୁର ଖେଳ ପରମ୍ପରା ରହିଛି। ରାଉରକେଲା ପୁରୁଣା ଷ୍ଟେସନ ରୋଡ଼ ନିକଟରେ ଥିବା ସହରର ସର୍ବ ପୁରାତନ ପୂଜା କମିଟି ପକ୍ଷରୁ ଆଜି ବିଜୟା ଦଶମୀ ରେ ଏହି ସିନ୍ଦୁର ଖେଳ ର ଆୟୋଜନ କରାଯାଇଥିଲା। ମା ଙ୍କୁ ସିନ୍ଦୁର ଲଗାଇ ପୂଜାର୍ଚ୍ଚନା କରି ବିଦାୟ ଦିଆଯାଇଥିଲା। ସଧବା ମହିଳା ମାନେ ପରସ୍ପରକୁ ସିନ୍ଦୁର ଲଗାଇବା ସହ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

Leave A Reply

Your email address will not be published.