ଅଧର୍ମ ଉପରେ ଧର୍ମର ବିଜୟ।। ରାଉରକେଲାରେ ରାବଣ ପୋଡି ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ।

0 345

ଅଧର୍ମ ଉପରେ ଧର୍ମର ବିଜୟ , ପାପ ଉପରେ ପୁଣ୍ୟର ବିଜୟ । ଏହି ସନ୍ଦେଶ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିବର୍ଷ ଦଶହରା ରେ ଆୟୋଜନ କରାଯାଇଥାଏ ରାବଣ ପୋଡି ଉତ୍ସବ। ରାଉରକେଲା ରେ ମଧ୍ୟ ଏହି ରାବଣ ପୋଡି ଉତ୍ସବକୁ ଆୟୋଜନ କରାଯାଇଥାଏ। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ରାବଣ ପୋଡି ଉତ୍ସବର ଆୟୋଜନ କରାଯାଉ ନଥିଲା। ଚଳିତ ବର୍ଷ କଟକଣା ହଟି ଯାଇଥିବାରୁ ରାଉରକେଲା ୧୩ ନମ୍ବର ସେକ୍ଟର ପଡିଆ ରେ ରାବଣ ପୋଡି କାର୍ଯ୍ୟକ୍ରମ ହେଉଛି। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଶହରା ପୂଜା ସମିତି ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତ ବର୍ଷ ରାବଣ ପୋଡି ଉତ୍ସବ ଦେଖିବାକୁ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ବୋଲି ଆୟୋଜକ ମାନେ କହିଛନ୍ତି।

Leave A Reply

Your email address will not be published.