ରାଉରକେଲା : ଆର ଏମ୍ ସି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ। ୩୫ ଟି ଫୁଡ଼ ଷ୍ଟଲ ରେ ଚଢ଼ାଉ।
ପାର୍ବଣ କୁ ଆଖି ଆଗରେ ରଖି ରାଉରକେଲା ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରାଉରକେଲା ର ବିଭିନ୍ନ ସ୍ଥାନରେ ଫୁଡ଼ ଷ୍ଟଲ ରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ସୋମବାର ଦିନ ପାୱାର ହାଉସ ରୋଡ଼ , ବନ୍ଧମୁଣ୍ଡା , କୋଏଲନଗର ଆଦି ଅଞ୍ଚଳରେ ୩୫ ଟି ଷ୍ଟଲ ଉପରେ ଚଢ଼ାଉ କରାଯାଇ ୨୫ ରୁ ୩୦ କେଜି ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଛି। ୫ ହଜାର ଟଙ୍କା ଜରିମାନା ମଧ୍ୟ କରାଜାଇଛି । ଦୁର୍ଗାପୂଜାରେ ବିଭିନ୍ନ ପେଣ୍ଡାଲ ନିକଟରେ ଫୁଡ଼ ଷ୍ଟଲ ଲଗାଯାଇଥିବାରୁ ଖାଦ୍ୟର ମାନ ଯାଞ୍ଚ ଜାରି ରହିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟଯେ ଆର ଏମ୍ ସି ଖାଦ୍ୟ ନିରାପତ୍ତା ବିଭାଗ ଦୁଇ ଦିନ ପୂର୍ବରୁ ସହରର ରେଷ୍ଟୁରାଣ୍ଟ ମାଲିକ ମାନଙ୍କୁ ନେଇ ଏକ ବୈଠକ କରିଥିଲେ। ହକି ବିଶ୍ୱ କପ ଏବଂ ପୂଜା ଲାଗି ହୋଟେଲ ତଥା ରେଷ୍ଟୁରାଣ୍ଟ ମାଲିକ ମାନେ ଖାଦ୍ୟର ମାନ ଠିକ ରଖିବାକୁ ଏହି ବୈଠକରେ ପରାମର୍ଶ ଦିଆଯାଇଥିଲା। ତେବେ ଆଜି ଚଢ଼ାଉ ପରେ କେବଳ ଛୋଟ ଦୋକାନ ଉପରେ ଚଢ଼ାଉ ନକରି ବଡ ରେଷ୍ଟୁରାଣ୍ଟ ର ଖାଦ୍ୟ ମାନ ଯାଞ୍ଚ କରିବାକୁ ମତ ପ୍ରକାଶ ପାଇଛି।