ରାଉରକେଲା : ବହୁ ଚର୍ଚ୍ଚିତ ଶିନୁ ହତ୍ୟାକାଣ୍ଡର ପର୍ଦାଫସ କଲା ପ୍ଲାଣ୍ଟସାଇଟ ପୋଲିସ।। ମୁଖ୍ୟ ଅଭିଯୁକ୍ତ ବିନୋଦ ସିଂ ସହ ୬ ଗିରଫ।
ରାଉରକେଲା ର ବହୁ ଚର୍ଚ୍ଚିତ ଶ୍ରୀନିବାସ ରାଓ ଓରଫ ଶିନୁ ହତ୍ୟା ମାମଲାର ପର୍ଦାଫସ କରିବାରେ ପ୍ଲାଣ୍ଟସାଇଟ ପୋଲିସ ସଫଳ ହୋଇଛି। ଶିନୁ କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରେମ ବ୍ୟାପାର କୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି।
ମିଳିଥିବା ସୂଚନା ମୁତାବକ ଶ୍ରୀନିବାସ ରାଓ ଓରଫ ଶିନୁ ଗୋପବନ୍ଧୁପାଲି ରେ ରହୁଥିଲେ। ଶିନୁ ର ଫଟାପାଇପ ରେ ରହୁଥିବା ବିନୋଦ ସିଂ ଙ୍କ ଝିଅ ସହ ପ୍ରେମ ସମ୍ପର୍କ ଥିଲା। କିଛିଦିନ ପୂର୍ବେ ଶିନୁ ଉକ୍ତ ଝିଅକୁ ଏକ ମୋବାଇଲ ଫୋନ ଦେଇଥିଲେ। ବାରଣ କରିବା ସ୍ଵତ୍ତ୍ୱେ ସେମାନଙ୍କ ପ୍ରେମ ଜାରି ରହିଥିଲା। ଏହାକୁ ବିନୋଦ ସିଂ ନିଜର ସମ୍ମାନ ହାନି ଭାବୁଥିଲା। ଶିନୁ କୁ ହତ୍ୟା କରିବା ଯୋଜନା କରିଥିଲା ବିନୋଦ ସିଂ। ସେପ୍ଟେମ୍ବର ୨୪ ତାରିଖ ଦିନ ବିନୋଦ ସିଂ ଶିନୁ କୁ ୬ ଜଣ ସହଯୋଗୀଙ୍କ ସହ ମିଶି ଗୋପବନ୍ଧୁପାଲିରୁ ଅପହରଣ କରିନେଇଥିଲା। ପରେ ବିନୋଦ ସିଂ ନିଜ ଘରେ ଅନ୍ୟ ଯୁବକଙ୍କ ସହ ମିଶି ଶିନୁକୁ ହତ୍ୟା କରିଥିଲେ। ହତ୍ୟା ପରେ ଶିନୁ ର ଶବକୁ ପାରାଦୀପ ରୁ ରାୟଗଡ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ଡ଼ବାରେ ପକାଇ ଦେଇଥିଲେ। ୨୬ ତାରିଖ ଦିନ ଜିନ୍ଦଲ ଷ୍ଟିଲ କମ୍ପାନୀରେ କୋଇଲା ଅନ ଲୋଡିଙ୍ଗ ବେଳେ ଶିନୁ ର ଶବ ମିଳିଥିଲା। ଶିନୁ ର ଭଉଣୀ ଶିବାଙ୍ଗୀ ର ଏତେଲା କ୍ରମେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ବିନୋଦ ସିଂ ଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।