ରାଉରକେଲା : ମିଳିତ ଶ୍ରମିକ ସଙ୍ଗଠନର ବିକ୍ଷୋଭ ପ୍ରଦର୍ଶନ।। ପୂଜା ପୂର୍ବରୁ ଆରଏସପି କର୍ମଚାରୀଙ୍କୁ ବୋନସ ଦେବା ଦାବିରେ ବିକ୍ଷୋଭ।
ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମାନଙ୍କୁ ପୂଜା ପୂର୍ବରୁ ବୋନସ ଦେବା ଦାବିରେ ମିଳିତ ଶ୍ରମିକ ସଙ୍ଗଠନ ତରଫରୁ ବିଶ୍ରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବୋନସ ସହ ୪ ଦଫା ଦାବିରେ ଏହି ଆନ୍ଦୋଳନ କରା ଯାଇଥିଲା। ଶୁକ୍ରବାର ସକାଳେ ହୋଇଥିବା ଏହି ବିକ୍ଷୋଭରେ ଇଣ୍ଟକ , ସିଟୁ , ଭାରତୀୟ ମଜଦୂର ସଙ୍ଘ , ହିନ୍ଦ ମଜଦୂର ସଭା , ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା , ସିଅର ଆଦି ଶ୍ରମିକ ସଙ୍ଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ମାନେ ଚେତାବନୀ ଦେଇଥିଲେ।