ବଣେଇ : ପାହାଡ଼ ଉପରେ ରହୁଥିବା ମା କନ୍ତ ଦେବୀ ଏବେ ବୁଲୁଛନ୍ତି ଗାଁ ଗାଁ।। ଭକ୍ତ ମାନେ ଦେଉଛନ୍ତି କୁକୁଡ଼ା ଏବଂ ବୋଦା ବଳି।
ଦୁଇ ବର୍ଷ କରୋନା କଟକଣା ଯୋଗୁ ଫିକା ପଡିଥିଲା ବଣାଇ ର ଆରାଧ୍ୟ ଦେବୀ ମା କନ୍ତ ଦେବୀଙ୍କ ପୂଜାର୍ଚ୍ଚନା। ଚଳିତ ବର୍ଷ କଟକଣା କୋହଳ ଥିବା ରୁ ମା ବାହାରିଛନ୍ତି ଭକ୍ତ ଙ୍କୁ ଦେଖା କରି ଗାଁ ଗାଁ ବୁଲିବାକୁ। ଏହାସହ ଭକ୍ତଙ୍କ ମାନସିକ ପୂରଣ କରିବାକୁ। ଆଉ ମାଙ୍କୁ ମନାସୀ ଥିବା ଭକ୍ତ ଦେଉଛନ୍ତି କୁକୁଡ଼ା, ଅଉ ବୋଦା ବଳି । ମାନସିକ ପୂରଣ ହୋଇଥିବାରୁ ବଳି ଦିଆଯାଏ ବୋଲି ଭକ୍ତ ମାନେ କହିଛନ୍ତି
ଦେହୁରୀ ମାନେ ମାଙ୍କୁ ପୂଜା କରୁଛନ୍ତି । ଭକ୍ତ ମାନେ ମଧ୍ୟ କଦଳୀ, ଉଖୁଡା, ନଡ଼ିଆ, ଧୂପ, ସିନ୍ଦୁର ଦେଇ ମା ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି।
ଖଣ୍ଡାଧାର ନିକଟରେ ଥିବା ସାନଜଲ ପାହାଡ଼ ଉପରେ ରହୁଥିବା ମା କନ୍ତ ଦେବୀ ପ୍ରତି ବର୍ଷ ଦୁର୍ଗାପୂଜା ସମୟରେ ଗାଁ ଗାଁ ବୁଲି ଭକ୍ତ ମାନଙ୍କ ଠାରୁ ମାନସିକ ପୂଜା ଗ୍ରହଣ କରିଥାନ୍ତି ବୋଲି ବିଶ୍ୱାସ। ମା ଙ୍କୁ ଉକ୍ତ ପାହାଡ଼ ରେ ଦେହୁରୀ ମାନେ ପୂଜା କରି ତଳକୁ ଆଣିଥାନ୍ତି । ପ୍ରାୟ ୧୫ ଦିନ ଧରି ଗାଁ ଗାଁ ବୁଲି ମା ଫେରି ଯାଆନ୍ତି ପୁଣି ପାହାଡ ଉପରେ ଥିବା ତାଙ୍କ ଆସ୍ଥାନକୁ। ଏହି ପରମ୍ପରା ଆଜିର ନୁହେଁ । ଦୀର୍ଘ ୩୦୦ ବର୍ଷ ଧରି ମା ଏହି ରୂପରେ ପୂଜା ପାଉଛନ୍ତି।