ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଦ୍ୱୟଙ୍କୁ ରାଉରକେଲା ସରକାରୀ ହସପିଟାଲ ପଠାଯାଇଛି।
ଏହି ଦୁର୍ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ କପିଳାସ ନିକଟରେ। ଦୁର୍ଘଟଣା ପରେ ଆହତ ମାନଙ୍କୁ ବିରମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ସେଠାରେ ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଆହତଙ୍କୁ ରାଉରକେଲା ରେଫର କରାଯାଇଛି। ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଝାରଖଣ୍ଡ ର ବୋଲି ଜଣାପଡ଼ିଛି। ବିରମିତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି।