ରାଉରକେଲା : ପଲିସି ହୋଲଡର ଏବଂ ଅଭିକର୍ତ୍ତାଙ୍କ ବିଭିନ୍ନ ଦବିନେଇ ଏଲଆଇସି ଏଜେଣ୍ଟଙ୍କ ଧାରଣା।। ବିଭିନ୍ନ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

0 258

ବିଭିନ୍ନ ଦାବୀ ନେଇ ରାଉରକେଲା ଏଲ ଆଇ ସି ଶାଖା କାର୍ଯ୍ୟାଳୟ ସମ୍ମୁଖରେ , ଏଜେଣ୍ଟ ଏସୋସିଏସନ ପକ୍ଷରୁ ଧାରଣା ଦିଆଯାଇଛି। ଶାଖା ସଭାପତି ସୁବ୍ରତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏହି କର୍ଯ୍ୟକ୍ରମ ଚାଲିଛି। ସର୍ବ ଭାରତୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ରେ ସଂଘ ତରଫରୁ ସେପ୍ଟେମ୍ବର ୧ ତାରିଖ ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ରଖାଯାଇଛି। ବିମାଧାରୀଙ୍କ ଓ ଅଭିକର୍ତ୍ତା ମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା କୁ ଜୀବନ ବୀମା ନିଗମ ର କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ ଏହି ଧାରଣା ଦିଆଯାଇଛି। ବିମାଧାରୀ ଙ୍କ ପଲିସି ଉପରେ ବନୋସ ହାର ବୃଦ୍ଧି, ପଲିସି ଉପରେ ରୁଣ ସୁଧହାର ହ୍ରାସ, ଜି ଏସ୍ ଟି ଉଛେଦ, ଏପରି ପ୍ରାୟ ୧୨ ଟି ପ୍ରସ୍ତାବ ରଖା ଯାଇଛି । ଏହାଛଡା ଦେଶ ବ୍ୟାପି କାର୍ଯ୍ୟ କରୁଥିବା ୧୩ ଲକ୍ଷ ରୁ ଉର୍ଦ୍ଧ୍ବ ଏଜେଣ୍ଟଙ୍କ ଗ୍ରାଚ୍ୟୁଟି ବୃଦ୍ଧି, ପରିବାର ପାଈଁ ସ୍ୱାସ୍ଥ୍ୟ ବୀମା ଯୋଜନା, ପିଲା ମାନଙ୍କ ପାଠ ପଢା ନିମନ୍ତେ ରୁଣ ବ୍ୟବସ୍ଥା ଆଦି ପାଇଁ ପ୍ରାୟ ୧୨ ଟି ଦାବୀ ସଙ୍ଘ ତରଫରୁ କରାଯାଉଛି ।
ଉକ୍ତ କାର୍ଯ୍ୟକ୍ରମ ଦେଶ ବ୍ୟାପି ୨୦୪୮ ଶାଖା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ୫ ଶତ ଉପଶାଖା ମାନଙ୍କ ରେ ସମସ୍ତ ଅଭିକର୍ତ୍ତା ମାନଙ୍କର ଆନ୍ଦୋଳନ ଓ ନାରା ବାଜି ଜାରି ରହିଛି। ଉକ୍ତ ଆନ୍ଦୋଳନ ରେ ପୂର୍ବ ମଧ୍ୟ କ୍ଷେତ୍ରୀୟ ପରିଷଦ , ପାଟନା ର ଅଭିକାର୍ତ୍ତା ସଙ୍ଘ ର ସମ୍ପାଦକ ଶ୍ରୀ ସରୋଜ କୁମାର ସଂଖୁଆ, କୋଷାଧ୍ୟକ୍ଷ ଶ୍ରୀ ଯୁବଜାନି ବେଜ , ପୂର୍ବତନ ଖେତ୍ରୀୟ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପାଢୀ, ଶାଖା ଏଜେଣ୍ଟ ଏସୋସିଏସନ ର ଉପସଭାପତି ଶ୍ରୀ ଅମର ବିଜୟ ପୃସେଠ, ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ସାହୁ,ଉପସମ୍ପାଦକ ଶ୍ରୀ ବିବୁଧ ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ଓ ଶତାଧିକ ଏଜେଣ୍ଟ ବନ୍ଧୁ ଆଜିର ରେଷ୍ଟ ଡେ ରେ ଯୋଗଦାନ କରିଥିଲେ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଆନ୍ଦୋଳନ କୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.