ହାଇ ସିକୁରୀଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ଅବିଧି ଏକ ମାସ ବୃଦ୍ଧି କଲେ ରାଜ୍ୟ ସରକାର।। ଜ଼ନସେବା କେନ୍ଦ୍ର ଏବଂ ପୋଷ୍ଟ ଅଫିସରେ ଆବେଦନ ହୋଇପାରିବ।
ଗାଡ଼ିରେ ହାଇ ସିକୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ଅବିଧିକୁ ରାଜ୍ୟ ସରକାର ଆଉ ଏକ ମାସ ବଢ଼ାଇଛନ୍ତି। ରାଜ୍ୟ ପରିବହନ ବିଭାଗ ଦ୍ଵାରା ଜାରି ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅବିଧି ବୃଦ୍ଧି ପାଇଛି। ଗାଡି ରେ ହାଇ ସିକୁରୀଟି ନମ୍ବର ପ୍ଲେଟ ଲଗାଇବା ସମୟସୀମା ୩୦ ସେପ୍ଟେମ୍ବର ଥିଲା। ସେଥିଲାଗି ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ନମ୍ବର ପ୍ଲେଟ ଲଗାଇବାକୁ ଭିଡ଼ ହୋଇଥିଲା। ମାତ୍ର ସମୟସୀମା ଏକ ମାସ ବୃଦ୍ଧି ପାଇ ଥିବାରୁ ଗାଡି ମାଲିକଙ୍କ ମଧ୍ୟରେ ଆସ୍ବସ୍ତି ପ୍ରକାଶ ପାଇଛି। ଭିତ୍ତିଭୂମି ନଥାଇ ସରକାରଙ୍କ ଏହି ସମୟସୀମା ନିଷ୍ପତ୍ତି ବିରୁଦ୍ଧରେ ହାଇକୋର୍ଟ ରେ ଦୁଇ ଜଣ ବସ ମାଲିକଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଏହି ମାମାଲରେ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଥିଲେ। ଆଜି ରାଜ୍ୟ ସରକାରଙ୍କ ତରଫରୁ ଏକ ମାସ ସମୟସୀମା ବୃଦ୍ଧି ନେଇ ଉତ୍ତର ଦିଆଯାଇଥିଲା। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ ତାରିଖକୁ ରଖାଯାଇଛି। ଏବେ ହାଇ ସିକୁରୀଟି ରେଜିଷ୍ଟ୍ରେସନ ପ୍ଲେଟ ଲାଗି ଆବେଦନ ପୋଷ୍ଟ ଅଫିସ ଏବଂ ଜନସେବା କେନ୍ଦ୍ର କରଯାଇ ପାରିବ ବୋଲି ସୂଚନା ଦିଆଯାଇଛି।