ସୁନ୍ଦରଗଡ଼ : ଅବକାରୀ ବିଭାଗ ଜବତ କଲେ ୮୦ ଲିଟର ବେଆଇନ ବିଦେଶୀ ମଦ।। ମାରୁତି କାର ଜବତ।। ୨ ଅଟକ।

0 259

ସୁନ୍ଦରଗଡ଼/( ସତ୍ୟା ନିଉଜ ) ୩୦/୯: ଏକ କାରରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ସୁନ୍ଦରଗଡ ଅବକାରୀ ବିଭାଗ ର ମୋବାଇଲ୍ ସ୍କ୍ୱାର୍ଡ ହାତରେ ଧରାପଡିଛି। କାର ଟି କୁ ଜବତ କରିବା ସହ ସେଥିରୁ ୮୦ ଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ବୋତଲ ଜବତ କରି ଦୁଇ ଜଣ ଙ୍କୁ ଅଟକ ରଖାଯାଇଛି। ଆଜି ସକାଳୁ ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ କୌଣସି ସୂତ୍ରରୁ ଖବର ପାଇ ଲେଫ୍ରିପଡ଼ା ଥାନା ଦେଉଳି ଛକ ନିକଟରେ ଜଗି ଥିବା ବେଳେ ଏହି କାର ଧରପଡିଥିଲା। ଧରା ପଡିଥିବା ମାରୁତି ସୂଜୁକି ସ୍ଵିଫ୍ଟ କାରକୁ ଯାଞ୍ଚ କଲା ପରେ ସେଥିରେ ବିଦେଶୀ ମଦ ବୋଝେଇ ହୋଇଥିବା ଜଣା ପଡିଥିଲା । ପରେ କାର କୁ ଲେଫ୍ରିପଡ଼ା ଥାନା କୁ ଅଣା ଯାଇଥିଲା । ସେଠାରେ ୮୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଏହି ମଦ ଦର୍ଲିପାଲି ଅଞ୍ଚଳ କୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.