ତିନି ଜଣ ଚୋରା ଗଞ୍ଜେଇ ଚାଲାଣକାରୀ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଗୁରୁବାର ଦିନ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ତିନି ଅଭିଯୁକ୍ତ ୨୦୧୫ ମସିହାରେ ସମ୍ବଲପୁରରୁ ବିହାର ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ରାଜଗାଙ୍ଗପୁର ପୋଲିସ ଲଷ୍ମୀପୋଷ ନିକଟରେ ଏହି ତିନି ଅଭିଯୁକ୍ତ ବିରବଲ କୁମାର ଯାଦବ ମହମ୍ମଦ ଗୁଡୁ , ଡାନିସ ଆଲାମ ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୯୨ କେଜି ଗଞ୍ଜେଇ ଜବତ କରିଥିଲେ।
୧୭ ଜଣ ସାକ୍ଷୀଙ୍କ ବୟାନ ଏବଂ ବିଭିନ୍ନ ଦସ୍ତାବିଜ କୁ ଆଧାର କରି ସୁନ୍ଦରଗଡ ଜିଲ୍ଲା ଦୌରା ଜଜ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୨୯ ତାରିଖରେ ଏହି ଦଣ୍ଡାଦେଶ ଶୁଣାଇଥିଲେ।