ବଣେଇ : ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗର ଚଢ଼ାଉ।। ୭୬୫ ଲିଟର ନକଲି ବିଦେଶୀ ମଦ ଜବତ।

0 325

ପୂଜା କୁ ଆଖି ଆଗରେ ରଖି ମଦ ମାଫିଆ ମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି। ଗତ ସପ୍ତାହ ରାଉରକେଲା ପାନପୋଷ ବସ୍ତି ରେ ଏକ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ। ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା। ଆଜି ବଣେଇ ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ୭ ଲକ୍ଷ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ କରିଛନ୍ତି । ଏହା ସହ ନକଲି ମଦ ପ୍ରସ୍ତୁତ କରିବା ବହୁ ସାମଗ୍ରୀ ଜବତ କରିଛନ୍ତି। ଚୋରା ମଦ ବେପାରୀ ବଣାଇ ଅଞ୍ଚଳରେ ରେ ସକ୍ରିୟ ହୋଇ ବାହାରୁ ନକଲି ମଦ ଆଣି କେତେକ ନାମୀ ବ୍ରାଣ୍ଡ ର ଠିପି ଲଗାଇ ତାକୁ ବିକ୍ରି କରୁଥିଲେ। ଏହି ମଦ ଅରୁଣାଚଳ ପ୍ରଦେଶ ରୁ ଆସୁଥିବା ଜଣାପଡିଛି। ଖବର ପାଇ ବଣାଇ ଅବକାରୀ ବିଭାଗ ର ଏକ ସୂତନ୍ତ୍ର ଟିମ ବଣାଇ ଥାନା ର ଭାଙ୍ଗଡ଼ିହି, ଏବଂ ଉପୁରଡା ଗ୍ରାମରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୭୬୫ ଲିଟର ନକଲି ମଦ, ଠିପି, ଖାଲି ବୋତଲ, ଷ୍ଟିକର, ଆଦି ଜବତ ହୋଇଛି। ଅବକାରୀ ବିଭାଗ ନକଲି ମଦ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛନ୍ତି। ମୁଖ୍ୟ ମଦମାଫିଆ ଫେରାର ହୋଇଯାଇଛି।

Leave A Reply

Your email address will not be published.