ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ କରିବା ଲାଗି ରାଉରକେଲା ଏସ ପି ଏବଂ ଏଡିଏମ ଙ୍କ ନିବେଦନ।। ପୋଲିସ ମୁଖ୍ୟାଳୟରେ ଶାନ୍ତି କମିଟି ବୈଠକ।
ଆଉ ମାତ୍ର ଦୁଇଦିନ ପରେ ଆରମ୍ଭ ହେବ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା। ବିଭିନ୍ନ ପୂଜା ପେଣ୍ଡାଲ ରେ ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳା ସହ ଦୁର୍ଗା ପୂଜା ପାଳନ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ହୋଇଥିଲା। ରାଉରକେଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ। ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ ଲାଗି ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଏ ଡି ଏମ ଡକ୍ଟର ଶୁଭଙ୍କର ମହାପାତ୍ର ପୂଜା କମିଟି ସଦସ୍ୟ ମାନଙ୍କୁ ନିବେଦନ କରିଥିଲେ।