ମା ଙ୍କ ଆଗମନ କୁ ନେଇ ଚଳଚଞ୍ଚଳ ରାଉରକେଲା ଇସ୍ପାତ ସହର।। ବିଭିନ୍ନ ପେଣ୍ଡାଲ ରେ ତିଆରି ଚାଲିଛି ଆକର୍ଷଣୀୟ ତୋରଣ।

0 253

ମା ଙ୍କ ଆଗମନ କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ସହର ରାଉରକେଲା। ବିଭିନ୍ନ ପୀଠ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଥିବାବେଳେ ପେଣ୍ଡାଲ ରେ ମା ଙ୍କ ପୂଜା ଲାଗି ଜୋର ସୋର ପ୍ରସ୍ତୁତି ଚାଲିଛି। କୋଭିଡ କଟକଣା ହଟି ଯାଇଥିବାରୁ ୨ ବର୍ଷ ପରେ ମା ଦୁର୍ଗାଙ୍କ ପୂଜା ସାର୍ବଜନିକ ଭାବେ ଜାକଜମକରେ ପାଳନ କରାଯାଉଛି। ଏଥିଲାଗି ସହରର ବିଭିନ୍ନ ପେଣ୍ଡାଲ ରେ ଆକର୍ଷଣୀୟ ତୋରଣ ମାନ ନିର୍ମାଣ ଚାଲିଛି। ମିନାବଜ଼ାର ଲାଗି ଦୋଳି ଖେଳ ସହ ଦୋକାନ ବଜ଼ାର ଲାଗିବା ଆରମ୍ଭ ହୋଇଗଲାଣି। ଦୁଇ ବର୍ଷ ପରେ ପୂଜାରେ ଲୋକଙ୍କ ସମାଗମ ହେଉଥିବାରୁ ସମସ୍ତ ପେଣ୍ଡାଲ ପକ୍ଷରୁ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ୧ ନମ୍ବର ସେକ୍ଟରରେ ପାର୍ଲିଆମେଣ୍ଟ ଭବନ ମଡେଲ ଅତି ସୁନ୍ଦର ଭାବେ ନିର୍ମାଣ କରାଯାଉଥିବା ବେଳେ ମିନାବଜ଼ାର ଆଦି ଲାଗି ଗଲାଣି। ଦୁଇ ନମ୍ବର ସେକ୍ଟର ପୂଜା କମିଟି ତରଫରୁ କାନାଡ଼ା ର ସ୍ୱାମୀ ନାରାୟଣ ମନ୍ଦିର ର ମଡେଲ ନିର୍ମାଣ କରାଯାଉଛି। ଏହି ତୋରଣ ଲାଗି ୧୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ପୂଜା ଆଉ କମ ଦିନ ଥିବାରୁ ସାଜସଜ୍ଜା କାରିଗର ମାନେ ଦିନ ରାତି କାମ କରୁଛନ୍ତି।

Leave A Reply

Your email address will not be published.