ରାଉରକେଲା : ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଗିରଫ।। ୭ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ସହ କାର ଜବତ।

0 337

କାର ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବୁଧବାର ଦିନ ଚାରିଜଣ ବେଆଇନ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭ ଲକ୍ଷ ଟଙ୍କା ମୂଲ୍ୟର ୭୦ ଜେଜି ଗଞ୍ଜେଇ ସହ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି। ଗଞ୍ଜେଇ ଚାଲାଣହେଉଥିବା ମାରୁତି ସ୍ୱିଫ୍ଟ କାରକୁ ମଧ୍ୟ ଜବତ କରାଯାଇଛି। ପ୍ରଫୁଲ୍ଲ କୁମାର ପାଣ୍ଡେ , ମନୋଜ କୁମାର , ଅଜୟ କୁମାର ମହାତୋ , ଅଂଶୁ କୁମାର ସୁନ୍ଦରଗଡରୁ କାର ରେ ଗଞ୍ଜେଇ ନେଇ ଆସୁଥିବା ବେଳେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ୧୦ ନମ୍ବର ରାଜ୍ୟ ରାଜପଥର ଭାଲୁପତ୍ରା ନିକଟରେ ସେମାନଙ୍କୁ ଧରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.