ରାଉରକେଲା : ହକି ଛକରୁ ଦୂତୀୟ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ।। ଟ୍ରାଫିକ ଜାମ ଯୋଗୁ ଲୋକେ ହନ୍ତସନ୍ତ।।
ପୁରୁଣା ବ୍ରାହ୍ମଣୀ ସେତୁର ମରାମତି କାମ ଆଗେଇ ଚାଲିଛି। ଏଥିପାଇଁ ବ୍ରିଜ ରେ ଯାତାୟତ ଦେଢ଼ମାସ ବନ୍ଦ ରହିବ। ଫଳରେ ସମସ୍ତ ଯାନ ବାହାନ ନୂତନ ବ୍ରାହ୍ମଣୀ ସେତୁ ଦେଇ ଚଳାଚଳ କରୁଛି। ଦୂତୀୟ ବ୍ରାହ୍ମଣୀ ବ୍ରିଜ ରେ ଟ୍ରାଫିକ ବହୁ ପରିମାଣରେ ବଢି ଯାଇଛି। ଅପର ପକ୍ଷରେ ହକି ଛକ ଠାରୁ ଦୂତୀୟ ବ୍ରାହ୍ମଣୀ ସେତୁ ରୋଡ଼ ର ଅବସ୍ଥା ଶୋଚନୀୟ ହୋଇପଡିଛି। ୧୪୩ ନମ୍ବର ଜାତୀୟ ରାଜପଥ ରେ ବହୁ ଦିନ ଧରି ମରାମତି କାମ ଚାଲିଛି। ଏହି ରାସ୍ତା ଦେଇ ଦୂତୀୟ ବ୍ରାହ୍ମଣୀ ସେତୁ କୁ ଯିବାକୁ ପଡ଼ୁଥିବାରୁ ସବୁ ସମୟରେ ଟ୍ରାଫିକ ଜାମ ରହୁଛି। ପ୍ରଶାସନ ପକ୍ଷରୁ ଟ୍ରାଫିକ କଣ୍ଟ୍ରୋଲ ଲାଗି ପୋଲିସ ଦିଆଯାଇଥିଲେ ମଧ୍ୟ ରାସ୍ତା ଜାମ ରହୁଛି। ଏବେ ପୂଜା ବଜ଼ାର ଥିବାରୁ ଶୀଘ୍ର ଏହି ଜାତୀୟ ରାଜପଥ ଏବଂ ବ୍ରିଜ ର ସଂଯୋଗୀକରଣ ରାସ୍ତାକୁ ମରାମତି କରିବାକୁ ଦାବି ହେଉଛି । ଏହା ଛଡ଼ା ବ୍ରିଜ ସଂଯୋଗୀକରଣ ରାସ୍ତାରେ ଅଲୋକୀକରଣ କରିବାକୁ ମଧ୍ୟ ଦାବି ହେଉଛି।