ସୁନ୍ଦରଗଡ଼ : ଟ୍ରେଲର କୁ ପଛ ପଟୁ ପିଟିଲା ଡ଼ମ୍ପର।। ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ଡ୍ରାଇଭରଙ୍କ ରାସ୍ତା ଅବରୋଧ।
ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀ ରୋଡ଼ ନିକଟରେ ସଡକ ଦୁଘଟଣାରେ ଜଣେ ଲରି ଡ୍ରାଇଭରଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୁଚନା ଅନୁସାରେ ହେମଗିରି ପଟରୁ କନିକା ରେଳ ସାଇଡିଂ କୁ କୋଇଲା ନେଇ ଯାଉଥିବା ଏକ ଟ୍ରଲରକୁ ପଛପଟୁ ଏକ ଡମ୍ପର ଧକ୍କା ଦେଇଥିଲା ଯାହା ଫଳରେ ଡମ୍ପର ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଝାରଖଣ୍ଡ ରାଜ୍ୟର ଜୁଗଲ କିଶୋର ମହାତୋ। ଏହି ଘଟଣାକୁ ନେଇ ଡ୍ରାଇଭର ମାନେ ରାସ୍ତା ଅବରୋଧ କରିଥିଲେ। ଅଧିକ ଟ୍ରିପ ମାଲ ନେବା ପାଇଁ ଡ୍ରାଇଭରଙ୍କ ଉପରେ ଚାପ ପଡ଼ୁଥିବାରୁ ଏପ୍ରକାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଦାବି କରାଯାଇଛି। ଟ୍ରକ ଦୁଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ୧୨ ଲକ୍ଷ ଟଙ୍କା ପ୍ରଦାନ କରିବା ନିଷ୍ପତ୍ତି ମାଲିକ ମାନେ ନେବାକୁ ଦାବି ହୋଇଛି।