ରାଉରକେଲା ବାର ଆସୋସିଏସନ ର ପୂର୍ବତନ ସଭାପତି ତଥା ରାଉରକେଲା ପୌରପାଳିକା ର ପୂର୍ବତନ ନଗରପାଳ ରମେଶ ବଳ ଙ୍କ ମୃତ ଶରୀର ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘରର ଫ୍ୟାନ ରେ ରଶି ଦେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରମେଶ ଡେଲି ମାର୍କେଟ ରେ ସପରିବାର ରହୁଥିଲେ । ଆଜି ସକାଳେ ପରିବାର ସଦସ୍ୟ ମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପ୍ଲାଣ୍ଟସାଇଟ ଥାନାରେ ଖବର ଦେଇଥିଲେ। ସମ୍ଭବତଃ ରମେଶ ସୋମବାର ରାତିରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ କରୁଛି।
ରମେଶଙ୍କ ମୃତ୍ୟୁର ଦୁଃଖଦ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚିଥିଲେ। ରାଉରକେଲା ଓକିଲ ସଙ୍ଘ ସଭାପତିଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ସେଠାରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସ୍ୱନ୍ତନା ଦେଇଥିଲେ।