ସୁନ୍ଦରଗଡ ପୋଲିସ ଆରମ୍ଭ କଲା ନାରୀ ସଶକ୍ତ ଯୋଜନା “ଦୁର୍ଗା”।। ଝିଅ ମାନଙ୍କୁ ଶିକ୍ଷା ଦିଆଯାଉଛି ଆତ୍ମରକ୍ଷାର କୌଶଳ ଜାରି ହେଲା ହେଲ୍ପଲାଇନ ନମ୍ବର।

0 238

ଝିଅ ମାନଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ ପୋଲିସ ଆରମ୍ଭ କରିଛି ନାରୀ ସଶକ୍ତ ଯୋଜନା “ଦୁର୍ଗା”। ଶାରଦୀୟ ପୂଜା ଏବଂ ଆନ୍ତର୍ଜାତିକ କନ୍ୟା ଦିବସ ପରିପ୍ରେକ୍ଷୀରେ ନବରାତ୍ରୀ ଦିନ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଝିଅ ମାନଙ୍କୁ ଆତ୍ମରକ୍ଷାର କୌଶଳ ଶିକ୍ଷା ଦିଆ ଯାଉଛି। ପ୍ରଥମ ଦିନରେ ୩୦୦ ସ୍କୁଲ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପର୍ଯ୍ୟାୟ କ୍ରମେ ଆଉ ୨୦ ଟି ସ୍କୁଲକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ସୁନ୍ଦରଗଡ଼ ଏସ ପି ସାଗରିକା ନାଥ କହିଛନ୍ତି।

ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଉଦଘାଟନ କରିଥିଲେ। ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ସହ କେରିଅର ଗଠନ ବାବଦରେ ଆଲୋଚନା କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ସୁନ୍ଦରଗଡ଼ ପୋଲିସ ଏକ ୨୪ ଘଣ୍ଟିଆ ନାରୀ ସୁରକ୍ଷା ହେଲ୍ପଲାଇନ ନମ୍ବର ଜାରି କରିଛି। ଏହି ନମ୍ବର ରେ ଯେକୌଣସି ପିଡିତା କଥା ହୋଇ ପାରିବେ। ଏହି ନମ୍ବରରେ ନାରୀ ନିର୍ଯ୍ୟାତନା ଜନିତ ଫଟୋ , ଭିଡିଓ ମଧ୍ୟ ଶେଆର କରି ପାରିବେ।

Leave A Reply

Your email address will not be published.