ରାଉରକେଲା ବିଭିନ୍ନ ଜୁଏଲେରୀ ଦୋକାନ ଉପରେ ବାଣିଜ୍ୟ କର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ କାଗଜ଼ପତ୍ର ଯାଞ୍ଚ କାମ ଆରମ୍ଭ ହୋଇଛି । ରାଉରକେଲା ସହରକୁ କଲିକତା ଓ ବମ୍ବେ ସମେତ ଅନ୍ୟ ରାଜ୍ୟରୁ ବିନା ଇନଭଏସ ରେ ସୁନା ଓ ରୁପା ଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ଉପରେ ରାଉରକେଲା କମର୍ସିଆଲ ଟ୍ୟାକ୍ସ ବିଭାଗ ପକ୍ଷରୁ ସହରର ଅଳଙ୍କାର ଦୋକାନ ମାନଙ୍କରେ ଆଜିଠାରୁ ଚଢ଼ାଉ ଆରମ୍ଭ କରାଯାଇଛି । ଯାଞ୍ଚ କାର୍ଯ୍ୟ ଲାଗି ଦୁଇଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ ରେ ଚାରିଜଣ ଅଧିକାରୀ ଅଛନ୍ତି । ସମ୍ବଲପୁର କମର୍ସିଆଲ ଟ୍ୟାକ୍ସ ଜଏଣ୍ଟ କମିଶନର ଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି । ଜୁଏଲାରୀ ଦୋକାନର କ୍ରୟ ଓ ବିକ୍ରୟ ର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଥିବା ରାଉରକେଲା କମର୍ସିଆଲ ଟ୍ୟାକ୍ସ ଅଧିକାରୀ ସଂଗ୍ରାମ କେଶରୀ ସାହୁ ପ୍ରକାଶ କରିଛନ୍ତି ।