ରାଉରକେଲା : ହକି ବିଶ୍ୱକପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।। ଷ୍ଟାଡିଅମ ଏବଂ ଅନ୍ୟ କାମର ସମୀକ୍ଷା ଲାଗି ବୁଧବାର ଆସୁଛନ୍ତି ହକି ଇଣ୍ଡିଆ ଟିମ
ଭୁବନେଶ୍ୱର ସହ ରାଉରକେଲା ରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱ କପ ୨୦୨୩ । ରାଉରକେଲା ରେ ଏବେ ନିର୍ମାଣ କରା ଯାଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିଅମ ର କାମ ସରିବା ଉପରେ। ବିପିୟୁଟି ପରିସରରେ ଷ୍ଟାଡିଅମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ଲାଗି ବୁଧବାର ଦିନ ରାଉରକେଲା ରେ ଆସି ପହଞ୍ଚିବେ ହକି ଇଣ୍ଡିଆ ର ଅଧିକାରୀ ମାନେ। ତାଙ୍କ ସହ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଆସୁଛନ୍ତି। ଏହି ଟିମ ଷ୍ଟାଡିଅମ ପରିଦର୍ଶନ କରିବା ସହ ଅଭ୍ୟାସ ସ୍ଥାନ ମଧ୍ୟ ଦେଖିବେ। ଏହା ସହ ଖେଳାଳିଙ୍କ ରହିବା ଲାଗି ପ୍ରସ୍ତୁତ ହୋଇଥିବା ଅପାର୍ଟମେଣ୍ଟ ମଧ୍ୟ ପରିଦର୍ଶନ କରିବେ। ହକି ବିଶ୍ୱକପ ର ଅବ୍ୟାହତ ପୂର୍ବରୁ ରାଉରକେଲା ଏଆରଷ୍ଟ୍ରିପ ର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟର ଅଗ୍ରଗତି ବାବଦରେ ମଧ୍ୟ ପ୍ରତିନିଧି ମଣ୍ଡଳ ସମୀକ୍ଷା କରିବେ। ଏହି ସନ୍ଦର୍ଭରେ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ
ଗଭାଲି ହର୍ଷଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଙ୍କ ସହ ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର , ଏସପି ମୁକେଶ କୁମାର ଭାମୁ ପ୍ରମୁଖ ଉପସ୍ଥିତ ଥିଲେ।