ସୁନ୍ଦରଗଡ ଜିଲ୍ଲାରେ ହାତୀ ଉପଦ୍ରବ ଜାରି।। ସୁନ୍ଦରଗଡ ଏବଂ ବଣାଇ ରେ ଦନ୍ତା ଉପଦ୍ରବରେ ଲୋକେ ରାତି ଉଜାଗର ।

0 259

ସୁନ୍ଦରଗଡ ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି । ଦିନେ କି ଦୁଇ ଦିନ ନୁହେଁ ଗତ ୧୫ ଦିନ ହେବ ଗାଁ ଲୋକଙ୍କ ନିଦ ହଜିଯାଇଛି ହାତୀ ପାଇଁ। ଉଭୟ ବଣେଇ ଏବଂ ସୁନ୍ଦରଗଡରେ ଦନ୍ତା ହାତୀ ଗାଁ କୁ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ବ୍ୟାପକ ହାନି ଘଟାଉଛନ୍ତି। ବଣେଇ ସହରକୁ ୩ ଦିନ ତଳେ ପଶି ଆସିଥିବା ଦନ୍ତା ହାତୀକୁ ଘଉଡ଼ାଇ ଦିଆଯାଇଥିଲା। ଏହି ଦନ୍ତା ଟି ପୁଣି ବଣେଇ ର ସିଂହ ଟୋଲା ଅଞ୍ଚଳକୁ ଫେରିଆସିଛି। ସେହିପରି ସୁନ୍ଦରଗଡ଼ ବନଖଣ୍ଡ ସଦର ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଲାଗରହିଛି। ଦିନ ବେଳା ନିକଟ ଜଙ୍ଗଲରେ ରହି ସନ୍ଧ୍ୟା ହେଲା ମାତ୍ରେ ଗାଁ କୁ ପଶିଆସି ବ୍ୟାପକ ହାନି ଘଟାଉଛି ଦନ୍ତା । ଗତକାଲି ମହୁଲଯୋର୍ ଗାଁରେ ଦନ୍ତା ପଶିଆସିଥିଲା । ଯେତେ ଲାଇଟ୍, ବାଣ ଫୁଟାଇବା ସହ ନିଆଁ ହୂଳା ଦେଖେଇଲେ ମଧ୍ୟ ହାତୀ ଡ଼ରୁନାହିଁ କି ଗାଁ ଛାଡି ଯାଉନାହିଁ। ଗାଁ ଲୋକଙ୍କ ସହିତ ବନ୍ ବିଭାଗ କର୍ମାଚାରୀ ମାନଙ୍କୁ ନାକେ ଦମ୍ ହେବାକୁ ପଡୁଛି । ଗୋଟିଏ ଗାଁ ରୁ ଘୋଉଡ଼ାଇବା ପରେ ନିକଟସ୍ଥ ଗାଁ ରେ ପଶି ଉପଦ୍ରବ କରୁଛି । ଏହି ଅଞ୍ଚଳରେ ହାତୀ ପାଇଁ ରାତି ଉଜାଗର ରହୁଛନ୍ତି ଲୋକେ ।

Leave A Reply

Your email address will not be published.