ବଣେଇ : ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର।। କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ।

0 337

ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଟିକାୟତ ପାଲି ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନା ର ଦେବଗଡ଼ ଏବଂ ବଣାଇ ସୀମା ରେ ଏହି ଘଟଣା ଘଟିଛି। ମହିଳା ଜଣକ କାଟେଇ ଗ୍ରାମର ପଠାଣି ଭୂୟାଁ ବୋଲି ଜଣା ପଡ଼ିଛି। ମହିଳା ଜଣକ ବିଧବା। ତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିବା ପରେ ନିଜ ଶିଶୁ ପୁତ୍ର ସହ ସେ ଗାଁ ରେ ରହୁଥିଲେ। ତେବେ ହତ୍ୟାର କାରଣ ଜଣା ପଡିନାହିଁ। ବଣେଇ ଏସ ଡି ପି ଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.