ଜୁଆ ଆଡା ଉପରେ ଚଢ଼ାଉ, ୬ ଗିରଫ, ୬ ମୋବାଇଲ ଫୋନ୍, ୫ ଗାଡି, ୩୮ ହଜାର ନଗଦ ଜବତ ।
ବଣାଇ: ୬/୮(ସତ୍ୟାନ୍ୟୁଜ) ଲହୁଣୀପଡା ଥାନା ଅନ୍ତର୍ଗତ ଠିଆବେର୍ନା ନିକଟରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉରେ ୬ ଜଣଙ୍କୁ ଗିରଫ କରାଯାଇଛି। ଜୁଆ ଖେଳ ଚାଲୁ ଥିବା ଖବରପାଇ ଲହୁଣୀପଡା ପୋଲିସ ଚଢାଉ କଲା ବେଳେ ଜୁଆଡି ମାନେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ୍ ଗୋଡ଼ାଇ ଗୋଡ଼ାଇ ସମସଙ୍କୁ କାବୁ କରି ଥିବା ବେଳେ ସେମାନଙ୍କ ପାଖରୁ ନଗଦ ୩୮ ହଜାର ୫୦୦ ଟଙ୍କା ,୫ ଟି ଗାଡି, ୬ ଟି ମୋବାଇଲ ଜବତ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ବଣାଇ ଏବଂ ଲହୁଣୀପଡା ଥାନା ଅଞ୍ଚଳର ବୋଲି ଜଣା ପଡିଛି