ବଡବିଲ : ୫ କୋଟି ବ୍ୟାଙ୍କ୍ ଡକାୟତି ଘଟଣାରେ ୨ ଗିରଫ , ୬ ଫେରାର।। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ।
ରାଉରକେଲା/ବଡବିଲ : ୨୫/୧
(ସତ୍ୟାନ୍ୟୁଜ) ବଡବିଲ ସହରରେ ଥିବା ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଶାଖାରୁ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଝାଡ଼ଖଣ୍ଡ ର ଧାନବାଦ ଅଞ୍ଚଲରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଡକାୟତ ଙ୍କୁ ଗତକାଲି ସନ୍ଧ୍ୟାରେ ପୋଲିସ୍ ଚଲେଇ ଚଲେଇ ବଡବିଲ ସହର ବୁଲାଇବା ପରେ ତଦନ୍ତ ଜାରି ରଖିଛନ୍ତି। ଡ଼କାୟତିରେ ବ୍ୟବହୃତ ଦୁଇଟି ସ୍କ୍ରୋପିଓ ଗାଡିକୁ ପୋଲିସ୍ ଜବତ୍ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସ୍କ୍ରୋପିଓ ଡ୍ରାଇଭର କୁନାଲ ରାଜବର୍ମା ଏବଂ ସୁନା ଦୋକାନୀ ରାଜ କୁମାର ସିଂ। ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ସୁନା ଗହଣା ମଧ୍ୟରୁ ୨୮୮ ଗ୍ରାମ ଗହଣା ଜବତ କରା ଯାଇଛି । ଏହି ଡକାୟତି ଘଟଣାରେ ୮ ରୁ ୧୦ ଜଣ ଥିବା ପୋଲିସ ଜାଣିବାକୁ ପାଇଛି।
ଗତ ୧୯ ତାରିଖରେ ୬ ଜଣ ମୁଖା ଏବଂ ହେଲମେଟ୍ ପିନ୍ଧା ଡକାୟତ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ରେ ପଶି ବନ୍ଧୁକ ମୁନରେ ଡକାୟତି କରିଥିଲେ । ବ୍ୟାଙ୍କ୍ କର୍ମଚାରୀ ଏବଂ ଗ୍ରାହକଙ୍କୁ ଗୋଟିଏ ରୁମ୍ ରେ ବନ୍ଦ କରି ୬ କେଜି ସୁନା ଏବଂ ୪ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ନେଇ।ଫେରାର ହୋଇ ଯାଇଥିଲେ। ଫେରାର ଅନ୍ୟ ୬ ଡକାୟତ ଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ କେନ୍ଦୁଝର ଏସପି ନୀତିନ୍ କୁଶଲକର ଉଭୟ ତଦନ୍ତ ର ତଦାରଖ କରୁଛନ୍ତି।