ମହୁମାଛି ଆକ୍ରମଣରେ ଦୁଇ ମୃତ।। ସୁନ୍ଦରଗଡ ଜିଲ୍ଲାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ କନ୍ଧମାଳ ରେ ଜଣେ ମୃତ୍ୟୁ ବରଣ କରିଛନ୍ତି।

0 281

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଧୂକାମୁଣ୍ଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମି ମୁଣ୍ଡା। ଗତକାଲି ସୁମି ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରରେ ଭର୍ତ୍ତି କରିଥିଲେ। ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସୁମିଙ୍କର ମୃତ୍ୟୁ ଘଟିଛି।

ସେହିପରି ମହୁମାଛି ଆକ୍ରମଣରେ କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ ଥାନା କେଲେମାହା ଗାଁରେ ମହୁ ମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରୁଦେବ ପ୍ରଧାନ ।
ଗୁରୁଦେବ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ଗଛ ଉପରେ ଚଢ଼ି ସେ ମହୁ ସଂଗ୍ରହ କରୁଥିଲେ। ଏହି ସମୟରେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗଛ ଉପରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଗୁରୁଦେବଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏନେଇ ସାରଙ୍ଗଗଡ଼ ଥାନାକୁ ଖବର ଦେଇଥିଲେ। ବନ ବିଭାଗ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଗୁରୁଦେବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.