ବଣେଇ ଅଞ୍ଚଳରେ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭଯୁକ୍ତଙ୍କୁ ୨୫ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡ କାରାଦଣ୍ଡ ଶୁଣାଇଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର POCSO କୋର୍ଟ ।

0 780

୨୦୧୪ ମସିହା ରେ ଜଣେ
ନାବାଳିକା ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ମାମଲା ର ବିଚାର କରି ସୁନ୍ଦରଗଡ ସ୍ୱତନ୍ତ୍ର POCSO କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ର ଆଦେଶ ଶୁଣାଇଛନ୍ତି । ଏହା ସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।

ଉକ୍ତ ପିଡୀତାଙ୍କୁ ଡିଷ୍ଟ୍ରିକ୍ଟ ଲିଗଲ ସର୍ଭିସ ଅଥରିଟି ଜରିଆରେ ସାତ ଲକ୍ଷ ଟଙ୍କା ସହାୟତା ଦେବାକୁ ମଧ୍ୟ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି । ୨୦୧୪ ମସିହାରେ ଉକ୍ତ ନାବାଳିକା ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବଣାଇ ଥାନା ଅଞ୍ଚଳର ଦୁଇ ଜଣ ଯୁବକ ଟୁନୁ ଓରଫ ହରେ କିଷାନ ଏବଂ ପ୍ରହ୍ଲାଦ କିଷାନ ତାଙ୍କୁ ନଦୀ ପଠାରେ ଦୁଷ୍କର୍ମ କରିଥିଲେ । ଏହି ଘଟଣା କୁ ପ୍ରଘଟ ନକରିବାକୁ ମଧ୍ୟ ଧମକାଇ ଥିଲେ । ପରେ ପିଡିତା ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କ ରେ କହିବା ପରେ ବଣେଇ ଥାନାରେ ଏତେଲା ଦିଆଯାଇଥିଲା । ପୋଲିସ ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

Leave A Reply

Your email address will not be published.