ଚୋରି କରିଥିବା ଅଭିଯୋଗେରେ ଗୋଟିଏ ପରିବାର ର ଚାରିଜଣ ସଦସ୍ୟ ଗିରଫ ।ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ।
ରାଉରକେଲା ଦୁଇ ନମ୍ବର ସେକ୍ଟର ଏଚ – ୨୫୬ ନମ୍ବର କ୍ୱାର୍ଟର ରୁ ଗତମାସ ୧୭ ତାରିଖରୁ ୨୩ ତାରିଖ ମଧ୍ୟରେ ହୋଇଥିବା ଚୋରି ମାମଲାର ପର୍ଦାଫସ କରିଛି ରାଉରକେଲା ପୋଲିସ। ଚୋରି କରିବା ଏବଂ ଚୋରି ମାଲ ରଖିବା ଅଭିଯୋଗରେ ତିନି ନମ୍ବର ସେକ୍ଟର ଥାନା ପୋଲିସ ସାର ନଗରୀ ଲୋକନାଥ ମାର୍କେଟ ରେ ରହୁଥିବା ଗୋଟିଏ ପରିବାରର ଦୁଇଜଣ ମହିଳାଙ୍କ ସମେତ ଚାରିଜଣ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ ଉକ୍ତ କ୍ୱାର୍ଟର ରୁ ଚୋରି ହୋଇଥିବା ସୁନା ଗହଣା , ଘରକରଣା ସାମଗ୍ରୀ , ମୋବାଇଲ ଫୋନ ଆଦି ଜବତ କରିଛନ୍ତି ।
ସୂଚନା ମୁତାବକ ଦୁଇ ନମ୍ବର ସେକ୍ଟର ରେ ରହୁଥିବା ମିଲନ କୁମାର ଦାସ ତାଙ୍କ ଶାଶୁ ଙ୍କ ଶ୍ରାଦ୍ଧ ରେ ଯୋଗ ଦେବାକୁ ପରିବାର ସହ ପୁରୀ ଯାଇଥିଲେ । ସେ ୧୭ ସେପ୍ଟେମ୍ବର ରେ ପୁରୀ ଯାଇଥିବା ବେଳେ ୨୩ ସେପ୍ଟେମ୍ବର ରେ ଫେରିଥିଲେ । ତାଙ୍କ ଅନୁପସ୍ଥିତିରେ କେହି ଦୃବୃତ୍ତ ଘର ପଛ ପଟ କବାଟ ଭାଙ୍ଗି ଘରେ ପଶି ଆଲମୀରା ଲକର ରୁ ସୁନାଗହଣା ସହ ଘରୁ ଅନ୍ୟାନ୍ୟ ସାମଗ୍ରୀ ନେଇଯାଇଥିବାର ଦେଖିବାକୁ ପାଇଥିଲେ । ଏ ବାବଦରେ ତିନି ନମ୍ବର ସେକ୍ଟର ଥାନାରେ ଏତେଲା ଦେବା ପରେ ପୋଲିସ ଚୋରି ଯାଇଥିବା ମୋବାଇଲ ଫୋନ କୁ ଟ୍ରାକିଂ କରି ଚୋରି ର ପର୍ଦାଫସ କରିଥିଲେ । ତଦନ୍ତ ପରେ ପୋଲିସ ସାର ନଗରୀ ର ଅମରେନ୍ଦ୍ର ପାଟସାଣି ଏବଂ ତାଙ୍କ ପରିବାର ର ଅନ୍ୟ ତିନିଜଣ ସଦସ୍ୟଙ୍କୁ ଗିରଫ କରିଥିଲେ । ଅମରେନ୍ଦ୍ର ଦୁଇ ନମ୍ବର ସ୍ଥିତ ମିଲନ ଦାସ ଙ୍କ କ୍ୱାର୍ଟର ରୁ ଚୋରି କରି ଏକ ଅଟୋ ରେ ସମସ୍ତ ସାମଗ୍ରୀ ନେଇ ଘରେ ରଖିଥିବା ପୋଲିସ ଜାଣିବା ପରେ ଗିରଫଦାରୀ ହୋଇଥିଲା ।