ରାଉରକେଲା ରେ ଗଣେଶ ପୂଜା ଭଷାଣି ଉତ୍ସବ ଶାନ୍ତି ଶୃଙ୍ଖଳା ସହ ସମ୍ପନ।।

0 305

ରାଉରକେଲା ଇସ୍ପାତ ସହରରେ ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି। ସହରର ମୁଖ୍ୟମାର୍ଗ ଦେଇ ଏହି ଶୋଭାଯାତ୍ରା ଯାଉଥିବା ବେଳେ ରାସ୍ତାର ଉଭୟ ପଟେ ଶ୍ରଦ୍ଧାଳୁ ମାନେ ବିଘ୍ନରାଜ ଗଣେଶ ଙ୍କୁ ଦର୍ଶନ କରିଥିଲେ । ବିଭିନ୍ନ ଗଣେଶ ପୂଜା କମିଟି ପକ୍ଷରୁ ବାଜା ବଜାଇ ଶ୍ରୀ ଗଣେଶଙ୍କୁ ଏ ବର୍ଷ ଲାଗି ବିଦାୟ ଦିଆଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରାଯାଇଥିଲା।
ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଜି ୧୦ ରୁ ଉର୍ଦ୍ଧ୍ବ ଗଣେଶ ପୂଜା କମିଟି ପକ୍ଷରୁ ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଆସନ୍ତା ୧୦ ତାରିଖରେ ପାୱାର ହାଉସ ରୋଡ଼ , ବାସନ୍ତୀ କଲୋନୀ , ଲାଲ ବିଲ୍ଡିଂଗ ଗଳି ଏବଂ ଅନ୍ୟ କେତେକ ପୂଜା ପେଣ୍ଡାଲ ର ଭାଷାଣି ଶୋଭାଯାତ୍ରା କରାଯିବାକୁ ସ୍ଥିର ହୋଇଛି। ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା ଦିନ ୨ ଟାରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ରେ ଶେଷ ହୋଇଥିଲା।

Leave A Reply

Your email address will not be published.