ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା ‘ କାର୍ଯ୍ୟକ୍ରମ।। ବିରସା ମୁଣ୍ଡା ନଗର ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି।

0 181

କଂଗ୍ରେସ ନେତା ପ୍ରଶାନ୍ତ ସେଠି ତାଙ୍କର ‘ଆସ ଆମେ ବସ୍ତକୁ ଯିବା’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆଜି ପ୍ରଶାନ୍ତ ତାଙ୍କ ଟିମ ସହ ୬ ନମ୍ବର ସେକ୍ଟର ଅନ୍ତର୍ଗତ ବିରସା ମୁଣ୍ଡା ନଗର ଗସ୍ତରେ ଯାଇଥିଲେ । ଏହି ବସ୍ତିର ବିଭିନ୍ନ ସମସ୍ୟା ଉପରେ ପ୍ରଶାନ୍ତ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ବସ୍ତିରେ ଉନ୍ନୟନ ମୂଳକ କାର୍ଯ୍ୟ କିପରି ହେବ ସେ ବାବଦରେ ଆଲୋଚନା କରିଥିଲେ । ଏହି ଗସ୍ତ ଅବସରରେ ସମାଜସେବୀ ସରୋଜ ନାୟକ, ବାବୁ ମହାନ୍ତି , ସୋନୁ ସିଂ,ରାଜେଶ ମଣ୍ଡଳ, ଜିତେନ ମାଛଖଣ୍ଡ,ସୌମ୍ୟା ମହାନ୍ତି,ସୌମ୍ୟା ରାଉତ,ସୁଶାନ୍ତ ହର,ଜୟପ୍ରକାଶ ଦାସ ଓ ଅନ୍ୟମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.