କେନ୍ଦୁଝର : ହାତୀ ସହ ରିଲ୍ କରି ସୋସିଆଲ ମିଡିଆ ରେ ଅପଲୋଡ୍ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା।। ଯୁବକଙ୍କୁ ଗିରଫ କଲା ବନ ବିଭାଗ।

0 4

ହାତୀ ସହ ରିଲ୍ ବନାଇବା ପଡ଼ିଲା ମହଙ୍ଗା! ସୋସିଆଲ ମିଡିଆରେ ଭ୍ୟୁ ଓ ଲାଇକ୍ ପାଇଁ ବଣ୍ୟ ହାତୀକୁ ବାରମ୍ବାର ବିରକ୍ତ କରି ରିଲ୍ ବନାଉଥିବା ଜଣେ ଯୁବକଙ୍କୁ ଶେଷରେ ଗିରଫ କରିଛି ବନ ବିଭାଗ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଗୋଧୁଳି ଗାଁର ଗଣେଶ ନାୟକଙ୍କୁ ଶୁକ୍ରବାର ଗିରଫ କରିଛି କେନ୍ଦୁଝର ବନ ବିଭାଗ।
ଅଭିଯୋଗ ଅନୁସାରେ, ସେ ଦୀର୍ଘଦିନ ଧରି ବଣ୍ୟ ହାତୀଙ୍କ ନିକଟକୁ ଯାଇ ସେମାନଙ୍କୁ ବିରକ୍ତ କରିବା ସହ ଦାନ୍ତ ଛୁଇଁ ରିଲ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ।
ବନ ବିଭାଗ ପକ୍ଷରୁ ଏଭଳି ବିପଦଜନକ କାର୍ଯ୍ୟ ନ କରିବାକୁ ତାଙ୍କୁ ଅନେକ ଥର ସତର୍କ କରାଯାଇଥିଲା। ତଥାପି ସେ ଚମ୍ପୁଆ, ପାଟଣା ଓ ଘଟଗାଁ ବନାଞ୍ଚଳରେ ହାତୀ ଚଳପ୍ରଚଳ ଅଞ୍ଚଳକୁ ଯାଇ ରିଲ୍ ସୁଟିଂ ଜାରି ରଖିଥିଲେ।
ନିକଟରେ ତାଙ୍କର ଅନେକ ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି ଶୁକ୍ରବାର ତାଙ୍କ ଘରୁ ଗିରଫ କରିଛି।
ବନ ବିଭାଗ କହିଛି, ବଣ୍ୟପ୍ରାଣୀଙ୍କୁ ବିରକ୍ତ କରିବା କିମ୍ବା ସେମାନଙ୍କ ନିକଟକୁ ଯାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା କେବଳ ନିଜ ଜୀବନ ପାଇଁ ନୁହେଁ, ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରେ।
ଏହା ସହ ବନ ବିଭାଗ ସାଧାରଣ ଲୋକଙ୍କୁ ସଚେତନ କରି କହିଛି, ବଣ୍ୟ ହାତୀଙ୍କଠାରୁ ସର୍ବଦା ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ। ସୋସିଆଲ ମିଡିଆ ପାଇଁ ରିଲ୍ କିମ୍ବା ଭିଡିଓ କରିବା ଆଳରେ ବଣ୍ୟପ୍ରାଣୀଙ୍କୁ ବିରକ୍ତ କରନ୍ତୁ ନାହିଁ। ଏଭଳି କାର୍ଯ୍ୟ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ।

Leave A Reply

Your email address will not be published.