ବଣେଇ ହସପିଟାଲ ମହିଳା ୱାର୍ଡ ରେ ପଶିଲା ବର୍ଷା ପାଣି।। ପ୍ରସୂତି ମା ଏବଂ ଶିଶୁ ହନ୍ତସନ୍ତ।। ସ୍ଥାୟୀ ପ୍ରତିକାର ଦାବି।

0 249

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତରଖାନାର ମହିଳା ୱାର୍ଡରେ ହଠାତ ପଶିଗଲା ବର୍ଷା ପାଣି। ବର୍ଷା ପାଣି ସହ ବିଭିନ୍ନ ସରୀସୃପ ମଧ୍ୟ ପାଣିରେ ବୁଲୁଥିବାର ଦେଖାଗଲା। ଶନିବାର ସନ୍ଧ୍ୟାରେ ଘଡ ଘଡି ସହ ମୁଷଳ ଧାରା ରେ ବର୍ଷା ହେବାରୁ ଡାକ୍ତରଖାନା କୁ ବାହାର ପାଣି ଆସିଯାଇଥିଲା। ବିଶେଷ କରି ଡାକ୍ତରଖାନାର ମହିଳା ୱାର୍ଡ ରେ ଚିକିତ୍ସିତ ହେଉଥିବା ରୋଗୀ ମାନେ ଏଥିରେ ପ୍ରଭାବିତ ହୋଇଥିଲେ।ମହିଳା ୱାର୍ଡ ରେ ପ୍ରସୂତି ମା ଏବଂ ଶିଶୁ ଥିବାରୁ ଏ ପ୍ରକାର ସ୍ଥିତି ଚିନ୍ତାଜନକ ହୋଇପଡିଥିଲା । ହସପିଟାଲ କର୍ମଚାରୀ ମାନେ ତୁରନ୍ତ ଆସି ବର୍ଷା ପାଣି ବାହାର କରିବାକୁ ଚେଷ୍ଟା କରି ସଫଳ ହୋଇଥିଲେ। ତେବେ ପୂର୍ବରୁ ମଧ୍ୟ ଅଧିକ ବର୍ଷା ହେଲେ ହସପିଟାଲ ୱାର୍ଡ ରେ ପାଣି ପଶି ଯାଇଥାଏ। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ଲାଗି ରୋଗୀଙ୍କ ସମ୍ପର୍କୀୟ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.