ପରିତ୍ୟକ୍ତ ମୁରୁମ ଖାଦାନ ପାଣିରେ ବୁଡି ନାବାଳକ ମୃତ।। ବଣେଇ ବାବୁ ନୂଆଗାଁ ଅଞ୍ଚଳରେ ଶୋକର ଛାୟା।

0 183

ଏକ ଦୁଃଖଦ ଘଟଣାରେ ରବିବାର ସକାଳେ ବଣାଇ ଥାନାର ବାବୁ ନୁଆଗାଁ ରେ ଜଣେ ୬ ବର୍ଷର ବାଳକ ପାଣିରେ ବୁଡି ମୃତ୍ୟୁ ବରଣ କରିଛି। ଗ୍ରାମର ପାର୍ଥବ ପାତ୍ରଙ୍କ ପାଞ୍ଚ ବର୍ଷର ଶିଶୁପୁତ୍ର ଲିକାଶ ପାତ୍ର ଗ୍ରାମ ନିକଟରେ ଥିବା ପଡିଆ କୁ ଶୌଚ ହେବାକୁ ଯାଇଥିଲା। ଶୌଚ ପରେ ପାଖରେ ଥିବା ଏକ ମୁରୁମ ଖାଦାନ କୁ ଧୋଇ ହେବାକୁ ଯାଇ ଥିବା ବେଳେ ଖାଦାନ ରେ ବାଳକଟି ବୁଡି ଯାଇ ଥିଲା। ସ୍ଥାନୀୟ କିଛି ଲୋକ ଦେଖିବା ପରେ ଉକ୍ତ ଶିଶୁ କୁ ଉଦ୍ଧାର କରି ବଣାଇ ଡାକ୍ତରଖାନା କୁ ଆଣି ଥିଲେ। ଡାକ୍ତର ସେଠାରେ ଉକ୍ତ ବାଳକ କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବାବୁ ନୂଆଗାଁ ଅଞ୍ଚଳରେ ରେ ଶୋକର ଛାୟା ଖେଳି ଯାଇଛି । ବଣାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.