ରାଉରକେଲା-ଚକ୍ରଧରପୁର ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଆଜିଠାରୁ ଗଡ଼ିଲା।। ପତାକା ହଲାଇ ଶୁଭ ଉଦଘାଟନ କଲେ ସାଂସଦ ଜୁଏଲ ଓରାମ।

0 336

ରାଉରକେଲା- ଚକ୍ରଧରପୁର ସ୍ବତନ୍ତ ପାସେଞ୍ଜର ଟ୍ରେନ କୁ ଆଜି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପତାକା ହଲାଇ ଶୁଭାରମ୍ଭ କରଛନ୍ତି। ସକାଳ ସାଢେ ୬ଟା ବେଳେ ଏହି ଟ୍ରେନ ରାଉରକେଲା ଷ୍ଟେସନ ରୁ ଚକ୍ରଧରପୁର ଅଭିମୁଖେ ଯାତ୍ରା କରିଥିଲା। ରାଉରକେଲା ରେଳ ଷ୍ଟେସନ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ରେଳବାଇର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ଅଧ୍ୟକ୍ଷା ଲତିକା ପଟ୍ଟନାୟକ , ନିହାର ରାୟ , ଧୀରେନ ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।
ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ କର୍ତ୍ତୃପକ୍ଷ ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁର- ଟାଟା ମଧ୍ୟରେ ଦୁଇଟି ସ୍ବତନ୍ତ୍ର ପାସେଞ୍ଜର ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜିଠାରୁ ପାସେଞ୍ଜର ଟ୍ରେନ୍‌ ଉଭୟ ରାଉରକେଲା ଓ ଚକ୍ରଧରପୁର ଷ୍ଟେସନରୁ ଛାଡିଛି। ଅନ୍ୟ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ ୪ ତାରିଖରୁ ଚକ୍ରଧରପୁର ଓ ଟାଟାନଗରରୁ ଛାଡିଛି। ରାଉରକେଲା-ଚକ୍ରଧରପୁର (୦୮୧୦୭) ସକାଳ ସାଢ଼େ ୬ଟାରେ ରାଉରକେଲାରୁ ଛାଡିବ। ସାଢ଼େ ୮ଟାରେ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବ। ଚକ୍ରଧରପୁର -ରାଉରକେଲା (୦୮୧୦୮) ପାସେଞ୍ଜର ପୂର୍ବାହ୍ନ ୯ଟାରେ ଚକ୍ରଧରପୁର ଷ୍ଟେସନ ଛାଡିବ। ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଟ୍ରେନ୍‌ ରଉରକେଲା ଓ ଚକ୍ରଧରପୁର ଷ୍ଟେସନ ମଧ୍ୟସ୍ଥ ମନୋହରପୁର, ଗୋଏଲକେରା, ସୋନୁଆ ଷ୍ଟେସନରେ ରହିବ। ସେମିତି ଚକ୍ରଧରପୁର-ଟାଟାନଗର (୦୮୦୧୪) ଚକ୍ରଧରପୁର-ଟାଟାନଗର ସ୍ବତନ୍ତ୍ର ପାସେଞ୍ଜର ପୂର୍ବାହ୍ନ ୧୦ଟା ୨୦ ମିନିଟ୍‌ରେ ଚକ୍ରଧରପୁର ଷ୍ଟେସନ ଛାଡିବ। ପୂର୍ବାହ୍ନ ୧୧ଟା ୫୦ ମିନିଟ୍‌ରେ ଟାଟାନଗର ଷ୍ଟେସନରେ ପହଞ୍ଚିବ। ଅନୁରୂପ ଭାବେ ଟାଟାନଗର-ଚକ୍ରଧରପୁର (୦୮୦୧୩) ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଟାଟାନଗର ଷ୍ଟେସନ ଛାଡିବ। ସଂଧ୍ୟା ୫ଟାରେ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବ। ଟ୍ରେନ୍‌ ବଡବାମ୍ବୋ, ରାଜଖରସୁଆଁ, ମହାଲିମରୁପ, ସୋନ୍‌ଗାରି, ବୀରବାନ୍‌ସ, ଗମ୍‌ହରିଆ ଓ ଆଦିତ୍ୟପୁର ଷ୍ଟେସରେ ରହିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବି‌ଶେଷ କରି ରାଉରକେଲାରୁ ଟାଟା ଯାଉଥିବା ଯାତ୍ରୀମାନେ ଏହି ଦୁଇଟି ପାସେଞ୍ଜର ଟ୍ରେନ ଦ୍ବାରା ବେଶ ଉପକୃତ ହୋଇପାରିବ।

Leave A Reply

Your email address will not be published.