ରାଉରକେଲା : ଆଜି ଗଣେଶ ପୂଜା ଭଷାଣି ଶୋଭାଯାତ୍ର।। ୧୫ ପ୍ଲାଟୁନ ପୋଲିସ ମୁତୟନ।। ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ର ଫ୍ଲାଗ ମାର୍ଚ୍ଚ।
ଆଜି ରାଉରକେଲା ଇସ୍ପାତ ସହରରେ ବାହାରିବ ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା। ସହରର ମୁଖ୍ୟମାର୍ଗ ଦେଇ ଏହି ଶୋଭାଯାତ୍ରା ବାହାରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିଲାଗି ବ୍ୟାପକ ବ୍ୟବସ୍ଥା କରାଯାଉଛି। ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶନିବାର ଦିନ ସନ୍ଧ୍ୟାରେ ରାଉରକେଲା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ରେ କରା ଯାଇଥିବା ବେଳେ ମୁଖ୍ୟ ମାର୍ଗରେ ମଧ୍ୟ କରାଯାଇଥିଲା।
ଆଜି ୨୦ ଟି ପୂଜା ପେଣ୍ଡାଲ ର ଗଣେଶ ପ୍ରତିମା ଭାଷାଣି ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୦ ତାରିଖରେ ପାୱାର ହାଉସ ରୋଡ଼ , ବାସନ୍ତୀ କଲୋନୀ , ଲାଲ ବିଲ୍ଡିଂଗ ଗଳି ଏବଂ ଅନ୍ୟ କେତେକ ପୂଜା ପେଣ୍ଡାଲ ର ଭାଷାଣି ଶୋଭାଯାତ୍ରା କରାଯିବାକୁ ସ୍ଥିର ହୋଇଛି। ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା ଦିନ ୨ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶାନ୍ତି ଶୃଙ୍ଖଳା ସହ ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା ବାହାର କରିବାକୁ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ନିବେଦନ କରିଛନ୍ତି।