ରାଉରକେଲା ରେ ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା ଲାଗି ଏସ ପି ଅଫିସରେ ବୈଠକ। ସେପ୍ଟେମ୍ବର ୪ ରେ ହେବ ଭାଷାଣି ଶୋଭାଯାତ୍ର।।

0 560

କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ରାଉରକେଲା ରେ ସାର୍ବଜନୀନ ଗଣେଶ ପୂଜା ହୋଇ ପାରୁନଥିଲା। ଚଳିତ ବର୍ଷ କୋଭିଡ଼ କଟକଣା ପ୍ରାୟ ଉଠି ଯାଇଥିବାରୁ ସହରରେ ଆଡମ୍ବର ସହକାରେ ଗଣେଶ ପୂଜା ପାଳନ କରାଯାଉଛି। ସେହି ପରି ଗଣେଶଙ୍କ ଭାଷାଣି ଶୋଭାଯାତ୍ରା ମଧ୍ୟ ଆଡମ୍ବର ସହକାରେ କରାଯିବ। ଭାଷାଣି ଶୋଭାଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିଲାଗି ପ୍ରଶାସନ ପକ୍ଷରୁ ଏକ ବୈଠକର ଆୟୋଜନ କରା ଯାଇଥିଲା। ରାଉରକେଲା
ଏସ ପି ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଆସନ୍ତା ୪ ତାରିଖରେ ସହରର ମୁଖ୍ୟମାର୍ଗରେ ଭାଷାଣି ଶୋଭାଯାତ୍ରା ବାହାରିବା ନିଷ୍ପତ୍ତି ନିଆଗଲା। ଦିନ ୨ ଟାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ସୁଦ୍ଧା ସାରିବାକୁ ନିର୍ଣ୍ଣୟ ନିଆଗଲା। ଯେଉଁ ପୂଜା କମିଟି ୪ ତାରିଖ ଦିନ ପ୍ରସେସନ ନକରି ଅନ୍ୟ ଦିନ କରିବେ ସେମାନେ ମୁଖ୍ୟ ମାର୍ଗ ରେ ନକରି ଅନ୍ୟ ରୁଟ ରେ କରିବା ଲାଗି ନିଷ୍ପତ୍ତି ନିଆଗଲା। ରାଉରକେଲା ଏସ ପି ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.