ପୋକସୋ କୋର୍ଟ ଜଜ ସୁବାଷ ବିହାରୀଙ୍କ ମୃତ ଦେହ ଘର ଛାତ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର।। ଆତ୍ମହତ୍ୟା ସନ୍ଦେହ।

0 398

ଏକ ଦୁଃଖଦ ଘଟଣାରେ ଶୁକ୍ରବାର ଦିନ କଟକରେ ଜଣେ ବରିଷ୍ଠ ନ୍ୟାୟିକ ଅଧିକାରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ସ୍ୱତନ୍ତ୍ର ପୋକସୋ କୋର୍ଟର ବିଚାରପତି ସୁବାଷ କୁମାର ବିହାରୀ ବୋଲି ଜଣା ପଡ଼ିଛି।

ବିହାରୀଙ୍କୁ ତାଙ୍କ ପରିବାର ବର୍ଗ ଏବଂ କର୍ମଚାରୀ ମାନେ ସିଡିଏ ସେକ୍ଟର ୯ ରେ ଥିବା ତାଙ୍କ ବାସଭବନର ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.