ରାଉରକେଲା : ସାଇବର୍ ଠକେଇ ମାମଲାରେ ଝାଡଖଣ୍ଡ ଯୁବକ ଗିରଫ।। ବ୍ୟାଙ୍କ୍ ଆକାଉଣ୍ଟ , ପାସବୁକ୍, ଡେବିଟ କାର୍ଡ ଆଦି ଜବତ।

0 54

ରାଉରକେଲାରେ ସାଇବର ଠକେଇ ରାକେଟ୍ ଠାବ, ଝାଡ଼ଖଣ୍ଡର ଯୁବକ ଗିରଫ

ରାଉରକେଲା:୭/୮
(ସତ୍ୟାନ୍ୟୁଜ) ରାଉରକେଲାର ଉଦିତନଗର ପୋଲିସ ଏକ ବଡ଼ ସାଇବର ଠକେଇ ରାକେଟ୍ ର ପର୍ଦ୍ଦାଫାସ କରି ଝାଡ଼ଖଣ୍ଡର ଜ୍ୟୋତିଷ ପ୍ରସାଦ ବର୍ମା ନାମକ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ଅଭିଯୁକ୍ତ QR କୋଡ୍ ଜରିଆରେ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣୁଥିଲେ। ପରେ ସେହି ଟଙ୍କା ସାଇବର ଠକେଇ ମାମଲା ସହ ଜଡିତ ଥିବାରୁ ଦେଶର ବିଭିନ୍ନ ପୋଲିସ ଥାନା ପକ୍ଷରୁ ତଦନ୍ତ କରାଯାଉଥିଲା।
ତଦନ୍ତ ବେଳେ ପୋଲିସ ବିଭିନ୍ନ ବ୍ୟାଙ୍କର ଏକାଧିକ ଆକାଉଣ୍ଟ, ପାସ୍‌ବୁକ୍, ଡେବିଟ୍ କାର୍ଡ, ଚେକ୍‌ବୁକ୍ ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତା ବିଭିନ୍ନ ରାଜ୍ୟର ସାଇବର ଠକେଇ ମାମଲା ସହ ସଂପୃକ୍ତ ଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ପୋଲିସ ଏହି ମାମଲାରେ BNS ଓ IT ଆକ୍ଟର ବିଭିନ୍ନ ଧାରାରେ କେସ୍ ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହା ସହ ଡିଜିଟାଲ୍ କାରବାର ସମୟରେ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପୋଲିସ ପରାମର୍ଶ ଦେଇଛି।

Leave A Reply

Your email address will not be published.