ବଣେଇ ଫରେଷ୍ଟ ରେଞ୍ଜ ରେ ଏବେ ଏକ ଗୋଟିକିଆ ଦନ୍ତା ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀଙ୍କ ନିଦ ହଜାଇ ଦେଇଛି। ଗତ କିଛିଦିନ ହେଲା ଏହି ଦନ୍ତା ଟି ଗୋଠଛଡା ହୋଇ ଏହି ଅଞ୍ଚଳ କୁ ପଶି ଆସିଛି। ରାତିରେ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଜିନିଷପତ୍ର ନଷ୍ଟ କରୁଛି। କ୍ଷେତରେ ପଶି ଧାନ ଫସଲ ନଷ୍ଟ ମଧ୍ୟ କରୁଛି। ସ୍ଥାନୀୟ ଲୋକ ଏବଂ ବନବିଭାଗ କର୍ମଚାରୀ ନିଆଁ ହୁଳା ଦେଖାଇ , ବାଣ ଫୁଟାଇ ଯେତେ ଘଉଡାଇବାକୁ ଚେଷ୍ଟା କଲେ ମଧ୍ୟ ହାତୀଟି ଖାତିର କରୁନାହିଁ। ଦନ୍ତା ହାତୀକୁ ଶୀଘ୍ର ଘଞ୍ଚ ଜଙ୍ଗଲ କୁ ଘଉଡାଇବା କୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
ଆସନ୍ତୁ ଦେଖିବା ଦନ୍ତାହାତୀକୁ ଘଉଡାଇବାକୁ ବନ ବିଭାଗ ଏବଂ ଗ୍ରାମବାସୀ କିପରି ନାକେଦମ ହେଉଛନ୍ତି।