ଦୁଇ ବାଇକ ମୁହାଁ ମୁହିଁ ଧକ୍କା।। ବିରମିତ୍ରପୁର ରେ ଦୁଇ ଯୁବକଙ୍କ ମୃତ୍ୟୁ।

0 484

ବିରମିତ୍ରପୁର ରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ
ରାଏବଗା ସୀମକୋ ଗ୍ରାମର ଅଜୟ ସମଦ ଏବଂ ପ୍ରତାପପୁର ଭାଲୁଲତା ଗ୍ରାମର ନିରଜ ତାନି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଉଭୟ ବାଇକ ରେ ଘରକୁ ଫେରୁଥିବା ବେଳେ ବାଇକ ଦୁଇଟି ମୁହାଁ ମୁହିଁ ଧକ୍କା ହୋଇଥିଲା। ବିରମିତ୍ରପୁର – ରାଏବଗା ରୋଡ ରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.