ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ରାଉରକେଲା ଗସ୍ତ।। ବିପିୟୁଟି ରେ ସମୀକ୍ଷା ବୈଠକରେ ଯୋଗ ଦେଲେ।

0 313

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ତାଙ୍କର ଏକ ଦିବାସୀୟ ଗସ୍ତରେ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ଗୁରୁବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଘଡାଇ ବିପିୟୁଟି ପରିଦର୍ଶନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ସେଠାରେ ଦିଆଯାଉଥିବା ବୈଷୟିକ ତାଲିମ ଯୋଜନାର ସମୀକ୍ଷା କରିଥିଲେ। ଏବେ ବିପିୟୁଟି ରେ ବର୍ଷକୁ ଜିଲ୍ଲାର ୫୦୦ ଯୁବକ ଯୁବତୀଙ୍କୁ ବୈଷୟିକ ତାଲିମ ଦିଆଯାଉଛି। ତାଲିମ ପରେ ଯୁବକ ଯୁବତୀ ମାନେ ଚାକିରୀରେ ମଧ୍ୟ ନିୟୋଜିତ ହେଉଛନ୍ତି। ଯୁବକ ଯୁବତୀଙ୍କ ଏହି ତାଲିମ ସିଟ ସଂଖ୍ୟା ଆହୁରି ବଢ଼ାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ
ଶ୍ରୀ ଘଡାଇ କହିଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.