ଉତ୍ସାହ ଉଦ୍ଧିପନା ସହ ମନା ଯାଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ।। ମା ସମଲେଶ୍ବରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

0 262

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଗୁରୁବାର ଦିନ ଉତ୍ସାହ , ଉଦ୍ଧିପନା ସହ ମନା ଯାଉଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ନୂଆଖାଇ ପର୍ବ ଉତ୍ସାହ ର ସହ ମନା ଯାଉଛି । କୃଷି ଭିତ୍ତିକ ଏହି ପର୍ବରେ ଚାଷୀ ତାର ଅମଳ କରିଥିବା ପ୍ରଥମ ଫସଲ ମା ସମଲେଇଙ୍କୁ ଭୋଗ ଲଗାଇଥାଏ। ଏହି ଦିନ ଘରକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ପରେ ଲୋକମାନେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ପ୍ରଥମେ ନୂଆ ଚଉଳରୁ ରନ୍ଧା ଖାଦ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ । ପରେ ପରିବାରର ସଦସ୍ୟ ମାନେ ଏକତ୍ର ବସି ଭୋଜନ କରିଥାନ୍ତି। ଆଜି ଦିନରେ ମା ସମଲେଶ୍ବରୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ। ନୂଆଖାଇ ରେ ସରକାର ରାଜ୍ୟରେ ଏକ ଦିବସୀୟ ଛୁଟି ଘୋଷଣା କରିଥିବା ବେଳେ ପଶ୍ଚିମ ଓଡିଶାର କେତେକ ସ୍ଥାନରେ ଦୁଇ ଦିନିଆ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.