ରାଉରକେଲା ଇସ୍ପାତ ସହରରେ ଗଣେଶ ପୂଜା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।। ଆକର୍ଷଣୀୟ ପେଣ୍ଡାଲ ସହ ମିନା ବଜ଼ାର ର ଆୟୋଜନ କରାଯାଉଛି।

0 364

ଆଉ ମାତ୍ର ଦିନକ ପରେ ଗଣେଶ ପୂଜା। ରାଉରକେଲା ଇସ୍ପାତ ସହରରେ ଗଣେଶ ପୂଜା ପାଳନ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ କେବଳ ବିଧି ଅନୁସାରେ ଗଣେଶ ପୂଜା ହେଉଥିଲା। ଶ୍ରଦ୍ଧାଳୁ ମାନଙ୍କୁ ସାର୍ବଜନୀକ ଭାବେ ପୂଜାରେ ସାମିଲ ହେବାକୁ ଅନୁମତି ନଥିଲା। ଚଳିତ ବର୍ଷ କିନ୍ତୁ କୋଭିଡ ର ସେତେ ପ୍ରଭାବ ନଥିବାରୁ ବିନା କଟକଣା ରେ ଗଣେଶ ପୂଜା ପାଳନ କରାଯିବ। ଏଥିଲାଗି ଇସ୍ପାତ ସହରର ବିଭିନ୍ନ ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ବଡ଼ ବଡ଼ ପେଣ୍ଡାଲ ପ୍ରସ୍ତୁତ ହେଉଥିବା ବେଳେ ମିନା ବଜ଼ାର , ମେଳା ଆଦିର ଆୟୋଜନ କରାଯାଉଛି। ବଡ ଦୋଳି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳ ସରଞ୍ଜାମ ଲଗା ହେଲାଣି। ଅସ୍ଥାୟୀ ଦୋକାନ ଲଗାଇବାକୁ ଷ୍ଟଲ ଆଦିର ବ୍ୟବସ୍ଥା କରାଯାଇଛି।
ଅନ୍ୟ ପକ୍ଷରେ ବିଘ୍ନରାଜ ଗଣେଶ ଙ୍କ ପ୍ରତିମା ତିଆରି କରିବାରେ କାରିଗର ଦିନ ରାତି ଲାଗି ପଡିଛନ୍ତି। ଛୋଟ ବଡ଼ ଗଣେଶ ମୂର୍ତ୍ତି ଗଢ଼ା ଚାଲିଛି। ଦୁଇ ବର୍ଷ ହେଲା ଛୋଟ ଛୋଟ ମୂର୍ତ୍ତି ତିଆରି ହେଉଥିଲା। ଚଳିତ ବର୍ଷ ବିଭିନ୍ନ ଆକାରର ଗଣେଶ ମୂର୍ତ୍ତି ରେ ଶିଳ୍ପୀ ତାର ଶେଷ ସ୍ପର୍ଶ ଦେଉଛି। ଗଣେଶ ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେଥିଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.