ରାଉରକେଲା ସ୍ୱତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ।। ମୃତକ ବହୁ ଚର୍ଚ୍ଚିତ ଧଳସାମନ୍ତ ଭ୍ରାତା ଗ୍ୟାଙ୍ଗ ର ସହଯୋଗୀ।

0 1,026

ରାଉରକେଲା ସ୍ୱତନ୍ତ୍ର ଜେଲରେ ଜଣେ ବିଚାରାଧୀନ କଏଦୀ ଙ୍କ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ
ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ର ସହଯୋଗୀ ସଞୟ ସାହୁ ଓରଫ୍ ଭଜନା ରାଉରକେଲା ଜେଲ ରେ ବିଚାରାଧୀନ କଏଦୀ ଭାବେ ଥିଲେ। ସଞ୍ଜୟଙ୍କ ବିରୁଦ୍ଧରେ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ସମେତ ଅନ୍ୟ ମାମଲା ମଧ୍ୟ ରହିଥିଲା। ଗତ କାଲି ବିଳମ୍ବିତ ରାତିରେ ସଞ୍ଜୟ ହଠାତ ଜେଲ ରେ ଅସୁସ୍ଥ ହୋଇ ପଡ଼ିଥିଲେ। ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ସଞ୍ଜୟଙ୍କୁ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଇନକ୍ୱେଷ୍ଟ ହୋଇଯାଇଛି। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରାଯାଇଛି।

Leave A Reply

Your email address will not be published.