ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ।। ନିଜ ପଡ଼ୋଶୀକୁ କଟୁରିରେ ହାଣି ହତ୍ୟା।। ଅଭିଯୁକ୍ତ ଗିରଫ।

0 429

ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ଖଡ଼ିଆବାହାଲ ଗ୍ରାମରେ,ପୂର୍ବ ଶତ୍ରୁତାକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ଏହି ଗ୍ରାମର ମଙ୍ଗଲ ମୁଣ୍ଡା ଘରେ ଥିବା ବେଳେ ସେହି ଗ୍ରାମର ଗାନସl ମୁଣ୍ଡା ସେଠାରେ ପହଞ୍ଚି ମଙ୍ଗଲଙ୍କ ସାଙ୍ଗରେ କୌଣସି କାରଣରୁ ଝଗଡା କରିଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ଗାନସା ଏକ କଟୁରୀ ରେ ମଙ୍ଗଲ ର ମୁଣ୍ଡ, ହାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ହାଣି ଦେଇଥିଲା। ମଙ୍ଗଲ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକ ଡାକ୍ତରଖାନା ନେଉ ଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇ ଥିଲା । ମଙ୍ଗଳଙ୍କୁ ହତ୍ୟା କରିବା ପରେ ଗାନସା ଫେରାର ହୋଇଯାଇଥିଲା। କେ ବଳଙ୍ଗ ପୋଲିସ ଖବରପାଇ ଜଙ୍ଗଲରେ ଲୁଚିଥିବା ଅବସ୍ଥାରେ ଅଭିଯୁକ୍ତକୁ ଗିରଫ କରିଥିଲେ। ହତ୍ୟାରେ ବ୍ୟବହୃତ କଟୁରି ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.